My Achievement
ଆଜି ଜାଣିବାକୁ ପାଇଲି ଯେ Google ରେ ମୋ ଦ୍ବାରା କରାଯାଇଥିବା ସମସ୍ତ ପୋଷ୍ଟ ମୋର Blog Website ବ୍ୟତୀତ ଅନ୍ୟ ଦୁଇ Website ରେ ମଧ୍ୟ Approval ହୋଇଛି ଏହା ମୋ ପାଇଁ ଏକ Surprise ଅଟେ ।
1. http://triasbogor.com/S_Bholasankar
2. http://boeingrelocations.com/author/S_Bholasankar
ଭାବୁଛି ଗତକାଲି ସମସ୍ତ ଭଉଣୀ ମାନେ ବୋଧହୁଏ ମୋ ପାଇଁ ଅଧିକ ଶୁଭ କାମନା କରିଥିଲେ । ତେଣୁ ଆଜି ଏହି ଖୁସି ଖବର ଜାଣିବାର ସୁଯୋଗ ପାଇପାରିଲି । କିନ୍ତୁ ମୁଖ୍ୟ କଥା ହେଉଛି, କିଛି ଦିନ ହେଲା ମୁଁ ଇଂରାଜୀ ଖବର କାଗଜ ଅନୁସନ୍ଧାନ ରେ ଥିଲି । ଗତକାଲି ସକାଳେ ବଜାର କୁ ଯିବା ବାଟରେ ଏକ ଇଂରାଜୀ ଖବର କାଗଜ (Orissa Post) କିଣିବାର ସୁଯୋଗ ପାଇଲି । ପୂର୍ବଦିନ ପର୍ବର ବ୍ୟସ୍ତତା ରେ ସେହି ପେପର ପଢିବାକୁ ସମୟ ପାଇନଥିଲି । ତେଣୁ ଆଜି ସକାଳେ ତାହାକୁ ପଢିବା ଆରମ୍ଭ କରିଥିଲି । ସେହି ସମୟରେ ମୋର ନଜର ରାଶିଫଳ ଉପରେ ପଡିଲା । A.P.J. Abdul Kalam ଙ୍କ ଜୀବନୀ ପଢିବା ସମୟରେ ସେଠାରେ ଲେଖାଥିଲା ସେ ଜଣେ ବିଜ୍ଞାନ ଶ୍ରେଣୀ ର ଛାତ୍ର ହେଲେ ମଧ୍ୟ ଜ୍ଯୋତିଷ ଶାସ୍ତ୍ର(Astrology) ବିଶ୍ବାସ କରୁଥିଲେ । ବେଳେବେଳେ ସେ ସାଙ୍ଗ ମାନଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ Astrology ବ୍ୟବହାର କରୁଥିଲେ । ତେଣୁ ମୁଁ ପେପର ରେ ରାଶିଫଳ ଦେଖି ତାହାକୁ ପଢି ମୋ ରାଶି ବିଷୟରେ ଜାଣିବାକୁ ଇଛୁକ ହେଲି । ଯେହେତୁ ସେଥିରେ ଲେଖାଥିବା ରାଶିଫଳ କାଲିର ଥିଲା ମୁଁ ପଢିଲା ପରେ ମୋତେ ଅନୁଭୂତ ହେଲା ଲେଖାଥିବା ସମସ୍ତ ବାକ୍ୟରେ ସତ୍ୟତା ରହିଛି, ଗୋଟିଏ ବାକ୍ୟ ବ୍ୟତୀତ । ସେହି ବାକ୍ୟ ଟି ହେଉଛି:- “On the professional front, you will achieve major milestones.” କେବଳ ଏହି ବାକ୍ୟ ର ସତ୍ୟତା କୁ ଜାଣି ପାରୁନଥିଲି । କିନ୍ତୁ ଯେତେବେଳ Goole page ରେ ଅନ୍ୟ ଦୁଇ Website ରେ ପୋଷ୍ଟ ର Approval ର ସୂଚନା ପାଇଲା ପରେ ସେହି ସନ୍ଧେହ ମଧ୍ୟ ଦୂର ହୋଇଗଲା । ତେବେ ଅବଦୁଲ କାଲାମ ଏହା ମଧ୍ୟ କହିଥିଲେ ଯେ ଆମ ଜୀବନ ର ଘଟଣା ସହ ଗ୍ରହ, ନକ୍ଷତ୍ର ର ଉପସ୍ଥିତି ଓ ଗତି ସହ କେଉଁ ସମ୍ପର୍କ ଓ କିପରି ସମ୍ଭବ ହୁଏ ତାହା କେହି ଜାଣେନା କିନ୍ତୁ ଏଥିରେ ସତ୍ୟତା ରହିଛି । ହଁ କିନ୍ତୁ ଯାହା ବିଜ୍ଞାନ ମତରେ ଗ୍ରହଣୀୟ ସମ୍ଭବ ନୁହେଁ ତାହାକୁ ସତ୍ୟ ମଣିବା ଉଚିତ ନୁହେଁ । ଏହାର ସତ୍ୟତା ପାଇଁ ସେହି ଖବର କାଗଜ ର ଫଟୋ ଚିତ୍ର ହିଁ ରହିଛି ।
0 Comments
Thank You For Your Appreciation.