ଯେତେବେଳେ ତୁମ ନାତିନାତୁଣୀ ଆସିବେ ସେତେବେଳେ ସେମାନେ ପଚାରିବେ ମୋ ଜେଜେ ତାଙ୍କ ସମୟରେ କ'ଣ କରୁଥିଲେ? ସେମାନେ କେବେ ପଚାରିବେ ନାହିଁ ମୋ ଜେଜେ କେତେ ଟଙ୍କା କମାଉ ଥିଲେ? ମୁଁ ମୋର ଜନ୍ମ ପରେ ମୋ ଜେଜେଙ୍କୁ ଦେଖି ନାହିଁ କିନ୍ତୁ ଯାହା ଶୁଣିବାକୁ ପାଇଛି ମୋ ଜେଜେଙ୍କର ପ୍ରାକୃତିକ ଔଷଧ ଓ ଜଡ଼ିବୁଟି ଇତ୍ୟାଦି ବିଷୟରେ ଜ୍ଞାନ ଥିଲା ତେଣୁ ସେ ଆଖପାଖ ଗ୍ରାମରେ ବେଶ୍ ଜଣାଶୁଣା ଥିଲେ । ଆଜି ଯାଏଁ ମୋ ପରିବାରର, କେହି ମୋତେ କହି ନାହାନ୍ତି ମୋ ଜେଜେ ତାଙ୍କ ଜୀବନରେ କେତେ ଟଙ୍କା କମାଉ ଥିଲେ କିମ୍ବା ମୋ ମନରେ ପ୍ରଶ୍ନ ହିଁ ଉଠି ନାହିଁ ଏହି ବିଷୟରେ ଜାଣିବା ପାଇଁ । ଏଥିରୁ ଜାଣି ହୁଏ ଜୀବନରେ ଟଙ୍କା ଓ କରୁଥିବା କର୍ମ ମଧ୍ୟରୁ କାହାର ଗୁରୁତ୍ବ କିପରି ହୋଇଥାଏ ।
![]() |
| ଟଙ୍କା ବର୍ତ୍ତମାନ ର ଆବଶ୍ୟକତା କୁ ପୂରଣ କରିଥାଏ, କର୍ମ ମଣିଷ ର ଅତୀତ ଓ ଆଗତ ଭବିଷ୍ୟତକୁ ସୂଚାଏ । |
ତେବେ ଆପଣଙ୍କ ପାଇଁ ଆପଣଙ୍କ ଜୀବନରେ କ'ଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ତାହା ଆପଣଙ୍କ ଉପରେ ହିଁ ନିର୍ଭରଶୀଳ ।

0 Comments
📩 Give Your Precious Comments before You Leave. (Put your Name before comment.)