![]() |
ଅନଲାଇନ୍ ଶିକ୍ଷା |
ହାତେ ମୋବାଇଲି ମନ ବୁଲେ ଦିଲ୍ଲୀ
ପାଠ ସବୁ ବୁଝି ଗଲି,
ଅଧା ଅଧି ପାଠ ମିଶାଇ ଗଣିତ
ଥିବା ଜ୍ଞାନ ଭୁଲି ଗଲି ।
ରୋଷେଇ ଶାଳ ମୋ ପାଇଁ ଲାବ୍ରୋଟୋରି
ପ୍ରାକ୍ଟିକାଲ୍ ଏ ବିଜ୍ଞାନ,
ଏକ୍ସପେରିମେଣ୍ଟ୍ ଥାଳି ଗିନା ଚଟୁ
ଭାତ ରୁ କରାଇ ଧାନ ।
ସାହିତ୍ୟ ର ଧାରା ଅଟେ ସ୍ବାଦ ଭରା
ଇଂରାଜୀ ବିଦେଶୀ ଭୂତ,
ଜେଜେ ଜେଜେମାଆ ଶୁଣି ଏହି ପାଠ
ହୋଇ ଗଲେଣି ଶିକ୍ଷିତ ।


0 Comments
📩 Give Your Precious Comments before You Leave. (Put your Name before comment.)