Subscribe ( YouTube)

Members

A GOLDEN ERA OF THE SONG WORLD, Two best Singers Latamangeskar and S.P. Balasubramaniam, Was the golden era of music? Who is best singer in Bollywood? Who is 90s best singer in India? What was the greatest era of music? Who is the oldest living singer? When was the golden age of pop music? Is Balasubramaniam died? How many songs S.P. Balasubramaniam sing? Who is the best singer in India? The song world.

ଶ୍ରୀ ରାମ
[ ଗନେଟ ]

A GOLDEN ERA OF THE SONG WORLD


ଆସିଥିଲେ ସେହି ବୃହତ ସଂସାରେ କ୍ଷୁଦ୍ର ଜୀବ ଟିଏ ହୋଇ,
ବୃହତ କର୍ମକୁ କରି ଫେରିଗଲେ କର୍ମ ତାଙ୍କ ରହି ଯାଇ ।
ଷୋହଳ ବର୍ଷରେ ଷୋହଳ ଭାଷାରେ ଗାଇ ଗଲେ କେତେ ଗୀତ,
ଚାଳିଶି ହଜାର ଗଣନା ହୋଇଲା ସାକ୍ଷୀ ଅଟଇ ସଙ୍ଗିତ ।
ପଦ୍ମଶ୍ରୀ ଅବା ସେ ପଦ୍ମ ବିଭୂଷଣ କାହା ପାଇଁ ଛାଡ଼ି ଗଲେ,
ଲୋକଙ୍କ ପ୍ରଶଂସା ଅନୁଗାମୀ ଭାଷା କିଞ୍ଚିତ ସାଥେ ନ ନେଲେ ।

ଗାୟକ ପାଇଁକି ଗୀତ ଆଜି ଲେଖେ ଗାଇବା କୁ କେହି ନାହିଁ,
ଲେଖକ ର ଲେଖା ଲିଭା ଦୀପ ଶିଖା ସାର୍ଥକ ହୋଇବ କାହିଁ ।

ଜୀବନ ର ଇତି ବୃତ୍ତ ଶେଷ ଯାଏଁ ଶ୍ରୋତାଙ୍କ ମନୋରଞ୍ଜନ,
କରିଥିଲେ ବୋଲି ସଂସାର ଝୁରଇ ନାହିଁ ଆଉ ସେ ଜୀବନ ।
ଲୋକଙ୍କର ସେବା ପାଇଁ ନୁହେଁ ଟଙ୍କା ପ୍ରତିଭା ହିଁ ଦରକାର,
ସଦୁପଯୋଗ ରେ ସମ୍ଭବ ହୋଇବ ନିଷ୍ଠା କର୍ତ୍ତବ୍ୟ କୁ କର ।
ଚଉସ୍ତରୀ ବର୍ଷ ଜୀବନ ର ଲିଳା ଶିଖାଇ ଦେଲା ଏ ବାଣୀ ।
କ୍ଷଣୀକ ସମୟେ ବଦଳି ଗଲା ବାସ୍ତବ ଜୀବନ କାହାଣୀ ।

Post a Comment

0 Comments