ଶ୍ରୀ ରାମ
ମଣିଷ ରୂପରେ
ପାରନ୍ତି ସେ ଉଡି ଧାବକ ରେ ପରିଚିତ,
ଜନମ କାଳରୁ
ଜନ୍ମ ମାଟି ଠାରୁ ଗତି ଅଟେ ଯାର ଦ୍ରୁତ ।
ଲୟାଲ୍
ପୁର ଠାରୁ ଗତି ଆରମ୍ଭ ପାକିସ୍ଥାନେ ଅବସ୍ଥିତ,
ଧାଇଁ ଧାଇଁ
ହେଲେ ବିଶ୍ୱରେ ପ୍ରସିଦ୍ଧ ଭାରତରେ ହେଲା ଶେଷ ।
ଭାରତ ପାକିସ୍ଥାନ
ବିଭାଜନ କାଳେ ପିତାମାତାଙ୍କ ଦେହାନ୍ତ,
ପିତା ଶେଷ
ଉକ୍ତି ଭାଗ୍ ମିଲଖା ଭାଗ୍ କଳଚିତ୍ର ଗଠିତ ।
ପାକିସ୍ଥାନ
ଠାରୁ ହେଲା ଆମନ୍ତ୍ରଣ ପ୍ରସ୍ତାବନା ମନା କଲେ,
ନେହେରୁ
ଆଦେଶ ଗ୍ରହଣ କରି ସେ ଯାଇ ବିଜେତା ହୋଇଲେ ।
ଜେନେରାଲ
ଅୟୁବ ଖାନ୍ ଚକିତ ଅବଦୁଲ ଖାଲିଂ ପରାସ୍ତ,
ସେହି ଦିନରୁ
ଫ୍ଲାଇଙ୍ଗ୍ ଶିଖ ନାମେ ହେଲେ ସବୁଠି ନାମିତ ।
ଚଳନ୍ତି
ଟ୍ରେନରେ ମାରୁଥିଲେ ବାଜି ରୋମରେ ଥିଲେ ପ୍ରସିଦ୍ଧ,
ଦ ରେସ୍
ଅଫ ମାଇଁ ଲାଇଫ୍ ଆତ୍ମ ଜୀବନୀ କଲେ ରଚିତ ।
✎✎✍।। ଭୋଳାଶଙ୍କର ସେଠୀ ।। ✍🖊🖉
0 Comments
Thank You For Your Appreciation.