Subscribe ( YouTube)

Members

Laxmi Puja, ମାଣବସା ଗୁରୁବାର, ଲକ୍ଷ୍ମୀ ପୂଜା, #Maa, #Laxmi, #thursday #maalaxmi #odishafestival

Day - 1

ମା ଲକ୍ଷ୍ମୀ ପୂଜା

ଭୋଳାଶଙ୍କର ସେଠୀ

ଲକ୍ଷ୍ମୀ ସାଆନ୍ତାଣୀ ଅସ୍ପୃଶ୍ୟତା ଲାଗି ଗଲେ ହୋଇ ଚଣ୍ଡାଳୁଣୀ,

ପ୍ରଭୁ ଜଗନ୍ନାଥ ହେଲେ ଭାରାକ୍ରାନ୍ତ ବାର ବର୍ଷ ସେ କାହାଣୀ ।

ଦାସିଆ ବାଉରୀ, ଅବା ହାଡ଼ି ଦାସ, ସୁଦାମା ଙ୍କୁ କଲେ ବନ୍ଧୁ,

କେତେ ଅବା ସେ ବାରତା କୁ ଦେବେ ହାରିଗଲେ କୃପାସିନ୍ଧୁ ।

ଉଚ୍ଚ ଜାତି ବୋହୁ ଗୁରୁବାର ପୂଜେ ନିରାଡମ୍ବର ଭାବରେ,

ନିଚ୍ଚ ର ସ୍ପର୍ଶରେ ଲକ୍ଷ୍ମୀ ପଳାଇବେ ମନରେ ଧାରଣା କରେ ।

ମନୁ ଭୁଲି ଯାଏ ମାତାଙ୍କ ର ସର୍ତ୍ତ ପ୍ରତ୍ୟାବର୍ତ୍ତନ କାଳର,

ଚଣ୍ଡାଳୁ ବ୍ରାହ୍ମଣ ଛଡ଼ାଇ ଖାଇବେ ମହାପ୍ରସାଦ ଭୋଗର ।

🌼🌺🏵️🌻🏵️🌺🌼

Post a Comment

0 Comments