ଶ୍ରୀ ରାମ
Happy ରଜ ସଂକ୍ରାନ୍ତି
ପୋଡପିଠା
ସକାଳେ
ଉଠିବା ପରେ ବୋଉଙ୍କ ରୋଷେଇ ଘରୁ ଆସୁଥିବା ସୁସ୍ଵାଦୁ ବାସ୍ନାରୁ ହିଁ ଜାଣିହେଉଥିଲା ଯେ ଆଜି ଘରେ
କିଛି special ହେବାର ଅଛି । ପରେ
ଯେତେବେଳେ ଘରେ ପାରିବା କାଟିବା ପାଇଁ ଡାକ ପଡିଲା ସେତେବେଳେ ଜାଣିପାରିଲି ଯେ ହଁ ଅଜିଠୁ ରଜ
ପର୍ବ ଆରମ୍ଭ ହୋଇ ସରିଲାଣି । ଘରର
ପାରିବ କଟା ଓ ଠାକୁର ପୂଜା ସବୁ ସରିଲା ପରେ ବଜାରରୁ ବୋଇତାଳୁ ଓ କିଛି ପୋଡ ପିଠା ପାଇଁ ଦରକାର
ଥିବା ଜିନିଷ ଆଣିବା ପାଇଁ ଆଦେଶ ମିଳିଲା ବୋଉଙ୍କ ଠାରୁ । ବଜାରରୁ ଫେରିବା ପରେ ପ୍ରଥମେ ଚକୁଳି
ତରକାରୀ ଜଳଖିଆ ହୋଇଗଲା । ତାପରେ
ବଜାରରୁ ଆଣିଥିବା ବୋଇତାଳୁ ଭାଇଙ୍କ ହାତରେ କଟା ହେଲା ଓ ମୁଁ ନଡିଆ ଭାଙ୍ଗି ଛୋଟ ଛୋଟ ଖଣ୍ଡ କଲି
। ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ମୋ
ପାଇଁ ଅଜଣା । କିଛି
ସମୟର ଅପେକ୍ଷା ପରେ ପୋଡପିଠା ର ସୁସ୍ଵାଦ ଭୋଜନ । ହଁ ଜଣେ ଓଡିଆ ହିସାବରେ ଆଜି ପ୍ରାୟ ସମସ୍ତଙ୍କ ଘରେ
ଏହା ସାଧାରଣ ହୋଇଥିବ ବୋଲି ଭାବୁଛି ଓ ସମସ୍ତେ ଏଇ ପୋଡପିଠାର ମଜା ନେଇଥିବେ ।
ପରେ
ସନ୍ଧ୍ୟା ସମୟରେ ଏକାକୀ ବସିଥାଏ କିନ୍ତୁ କିଛି ଅଭାବର ଅନୁଭୂତି ହେଲା ସେତେବେଳେ ମନେପଡିଲା ଯେ
ଆଜି ପର୍ବ ପାଇଁ ସୁସ୍ଵାଦୁ ଭୋଜନ ରେ ପାଟି ଓ ପେଟ ଉଭୟ ଶାନ୍ତି ହୋଇଯାଇଛି କିନ୍ତୁ ଜ୍ଞାନର ଅଭାବରେ ମନ
ଶାନ୍ତି ହୋଇନାହିଁ । ତେବେ
କିଛି ଶିକ୍ଷାର ଆବଶ୍ୟକତା ରହିଛି ତେଣୁ କେଉଁ ବିଷୟରେ ଶିଖିବି ବୋଲି ଭାବିଲି । ପରେ ଏହି ପୋଡପିଠା ବିଷୟରେ ହିଁ
ଶିକ୍ଷାଲାଭ ପାଇଁ ମାନ ବଳାଇଲି । ପ୍ରଥମେ
Google ରେ search
କଲି ଓଡିଆରେ “ପୋଡପିଠା” । ମୋତେ ଜାଣିବାର ଥିଲା ପୋଡପିଠା
କେମିତି ତିଆରି କରାଯାଏ ? କିନ୍ତୁ ମୁଁ ଓଡିଆରେ ସେପରି କିଛି ସଠିକ ଓ ସଂପୂର୍ଣ୍ଣ ବିଷୟ ପାଇପାରିଲି ନାହିଁ
ପୋଡପିଠା ବିଷୟରେ । କେବଳ
ଓଡିଆ ସମାଜ ଖବରକାଗଜର କିଛି ଅଂଶ ପାଇପାରିଲି ଯେଉଁଥିରେ କେବଳ “ରଜ ପର୍ବ” ବିଷୟରେ ବର୍ଣ୍ଣନା
ଥିଲା ପୋଡପିଠାର ମହତ୍ଵ କୁ ନେଇ । କିନ୍ତୁ
ଯେତେବେଳେ English ରେ “Podopitha” search କଲି ସେତେବେଳେ କିଛି Paragraph ମିଳିଲା ପୋଡପିଠାର making process ବିଷୟରେ । କିଛି paragraph ରେ special
ଓଡିଶାର ପୋଡପିଠା ବିଷୟରେ ବର୍ଣ୍ଣନା ଥିଲା ଯାହାକୁ ଏକ special CAKE
ରୂପରେ ବର୍ଣ୍ଣନା କରା ଯାଇଥିଲା । ସେଠାରୁ ମଧ୍ୟ ସଂପୂର୍ଣ୍ଣ ଭାବେ
ବୁଝି ପାରିଲି ନାହିଁ ଯେହେତୁ ବ୍ୟବହାର ହୋଇଥିବ ଜିନିଷର ନାମ ବିଷୟରେ ।
ପରିଶେଷରେ
ବୋଉଙ୍କୁ ପଚାରି ଏହି ବିଷୟକୁ ସମ୍ପୂର୍ଣ୍ଣ ଭାବେ ବୁଝିଲି । ମୁଁ ପଚାରିଲି
ପୋଡପିଠା କେମିତି ତିଆରି କରାଯାଏ ? ସେ
ଯେତେବେଳେ ଏହି ପ୍ରଶ୍ନ ହଠାତ୍ ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ମୁଁ ଲେଖିବା ଦେଖିକି । ମୋତେ
ପଚାରିଲେ ଏହା କଣ ଲେଖୁଛୁ? ମୁଁ କହିଲି ଏବେ କେହି ଏହି ଜିନିଷ କରିପାରୁ ନାହାନ୍ତି କିମ୍ବା
ବର୍ତ୍ତମାନର ପିଲାମାନେ ଏହି ବିଷୟରେ ଠିକ ଭାବେ ଜାଣି ପାରୁନାହାନ୍ତି ତେବେ ମୁଁ ନ ଲେଖିଲେ ଅନ୍ୟମାନେ ଜାଣିବେ କିପରି ? ତା ପରେ ସେ
ମଧ୍ୟ ଆଜିକାଲିର ପିଠା online order କୁ ଥଟା କଲେ ଓ ପୋଡପିଠା ର Process କହିଲେ ।
ପୋଡପିଠା:-
ପ୍ରସ୍ତୁତି
ପ୍ରଣାଳୀ :-
4 Comments
Nice👍👍
ReplyDeleteBhola sankar. Here is badal sethy
ReplyDeleteYour article full helpful for biggner
Blog bahot Bhala lagila
Bhola sankar. Here is badal sethy
ReplyDeleteYour article full helpful for biggner
Blog bahot Bhala lagila
Thank you for your valuable time and attention to this article.
DeleteThank You For Your Appreciation.