Subscribe ( YouTube)

Members

WOLD DAY AGAINST CHILD LABOUR ( ଶିଶୁ ଶ୍ରମିକ )

    ଶ୍ରୀ ରାମ 

ଶିଶୁ ଶ୍ରମିକ 

ଜନମ ପରେ ମୁଁ କଢ ହୋଇଅଛି ଗଛର ଅଫୁଟା ଫୁଲ,

ଦୁନିଆକୁ ଚାହିଁ ଦେଖିବା ପୂର୍ବରୁ କରୁଅଛ ମୋର ମୂଲ

କୋମଳ ହାତ ମୋ ରକ୍ତାକ୍ତ ହେଲାଣି ଶରୀର ପାଷାଣ ସମ,

ଖଣ୍ଡେ ରୁଟି ପାଇଁ ସଂଘର୍ଷ ମୋର ଏ ଜୀବିକା ଅଟେ ମୋ ଶ୍ରମ

ଖାଦ୍ୟ ବସ୍ତ୍ର ଗୃହ ଠାରୁ ବଞ୍ଚିତ ମୁଁ ଶିକ୍ଷା ତ ସାତ ସପନ,

ସମ୍ବିଧାନ ମତେ ଏହା ମୌଳିକତା ଏ କି ମଣିଷ ଜୀବନ ?

କ୍ଷୁଦ୍ର ତରୁ ଯେବେ ବିପଦ ସଙ୍କୁଳ ବିରାଟ କାହିଁ  ପାଇବ,

ଶୈଶବ ବିନା ଯୁବ ଶକ୍ତି କେବେ ଶକ୍ତିଶାଳୀ କାହିଁ ହୋଇବ ?

ଛୋଟ ଶରୀରରେ ଛୋଟିଆ ମନ ମୋ ଛୋଟ ହୃଦୟର ଘର,

ହେଲେ ଆଶା ମୋର ହୁଏ ନାହିଁ ଛୋଟ ଲଂଘିବି ଆକାଶ ଦୂର । 


🙏🙏🙏ଧନ୍ୟବାଦ 🙏🙏🙏

✎✎✍।।   ଭୋଳାଶଙ୍କର ସେଠୀ   ।। ✍🖊🖉



Post a Comment

0 Comments