Doctor's Day
ସୃଷ୍ଟି ଗଢ଼ିଛନ୍ତି ସେହି ସୃଷ୍ଟି କର୍ତ୍ତା ମାନବ ବିଶ୍ୱାସ ଏହି,
ମନେ ରୂପ ଦେଇ ଭଗବାନ ନାମେ ମନରେ ପୂଜା କରଇ ।
ଶିଶୁ ଜନ୍ମ ନିଏ ଡକ୍ଟର ହାତରେ ସେ ଯେ ଦ୍ବିତୀୟ ଇଶ୍ଵର,
ମୃତ୍ୟୁର ମୁଖରୁ ଜୀବନ ଫେରାଇ ଆଣିପାରେ କର୍ମ ତାର ।
ରୋଗ ନିକଟରେ ରୋଗୀ ହାରିଗଲେ ସାହା ଡାକ୍ଟରୀ ଔଷଧ,
ଶେଷେ ଯେବେ ସେହି ହାତ ଟେକିଦ୍ୟନ୍ତି ଆଶା ବିଭୁ ଆଶିର୍ବାଦ ।
ଡକ୍ଟର ହୁଅନ୍ତି ଦ୍ବିତୀୟ ଇଶ୍ଵର ଭାଇ ଜଣେ କଲେ ପ୍ରଶ୍ନ,
କିଏ ଅଟେ ରୋଗୀ? ଅସ୍ଥିତ୍ଵ ତାହାର ହୁଏନି ଲୋକଲୋଚନ ।
ସ୍ବାସ୍ଥ୍ୟ ଅବହେଳା ରୋଗର କାରଣ କରେ ଯିଏ ସେହି ରୋଗୀ,
ଆଳସ୍ୟ ଆୟାଷ ଖାଦ୍ୟ ପେୟ ବାସ ଆଦି ଅଟେ ସହଯୋଗୀ ।
ସୁଖ କାଳେ ଭୁଲି ଯାଇ ପାରେ ଭକ୍ତ ଭଜିବାକୁ ପ୍ରଭୂ ନାମ,
ସୁସ୍ଥ ସମୟରେ ମନେ ରହେ ନାହିଁ ନେବାକୁ ସ୍ବାସ୍ଥ୍ୟ ଯତନ ।
ଯୋଗ ପ୍ରାଣାୟାମ କର୍ମ ତତ୍ପରତା ଅଟେ ଏହା ସମାଧାନ,
ସୁଖରେ ଜୀବନ ବଞ୍ଚିବା ପାଇଁକି ମନ୍ତ୍ର ସ୍ବାସ୍ଥ୍ୟ ମହା ଧନ ।
✎✎✍।। ଭୋଳାଶଙ୍କର ସେଠୀ ।। ✍🖊🖉
0 Comments
Thank You For Your Appreciation.