![]() |
ଜୀବନ ତରଙ୍ଗ |
ବେଳେବେଳେ କିଛି କାରଣରୁ ମୁଁ ନିଜେ ନିଜକୁ ରୋକିବା ପାଇଁ ଚେଷ୍ଟା କରେ ଏବଂ ଅନ୍ୟ କିଛି ସମୟରେ ମୋର ପାରିପାର୍ଶ୍ବିକ ସ୍ଥିତି ବିପକ୍ଷ ସାଜି ମୋତେ ଅଟକାଇବା ପାଇଁ ମଧ୍ୟ ଚେଷ୍ଟା କରିଥାଏ । ତଥାପି ଏହି ପଥରେ ମୋର ପାଦ ଅଟକି ନ ଥାଏ । କାରଣ ମୋ ମନ ମୋତେ ସବୁବେଳେ କହିଥାଏ:-
"କାଳେ କେହି ନିରବ ପାଠକ ଅନାଇ ବସିଥିବ ମୋର ଲେଖା ର ଅପେକ୍ଷା ରେ......।"
ଏହା ହିଁ ମୋ କର୍ମ ପାଇଁ ଉଚିତ୍ ପ୍ରେରଣା ଦାୟକ ସ୍ରୋତ ।
ଏଇ ଯେପରି, ଆଜି ସାଙ୍ଗ ପ୍ରଦିପ ଙ୍କ ପ୍ରତ୍ୟୁତର ଆସି ପହଞ୍ଚିଲା । ବର୍ଷର ସବୁ ମାସରେ ସମ୍ଭବ ନ ହେଲେ ମଧ୍ୟ ବର୍ଷରେ ଗୋଟିଏ ବାର୍ତ୍ତା ଆସି ପହଞ୍ଚିଲେ ତାହାର ପ୍ରକୃତ ମୂଲ୍ୟ ସାଙ୍ଗରେ ଆସିଥାଏ ବାର୍ତ୍ତାର ପ୍ରତିଟି ଶବ୍ଦର ରୂପ ନେଇ ।
କ'ଣ ଅବା କରିପାରିବି,
"ସମୁଦ୍ର ର ଜଳ ଯେତେବେଳେ ଥରେ ତରଙ୍ଗ ର ରୂପ ନେଇଯାଏ ସେ ଚାହିଁଲେ ମଧ୍ୟ ନିଜକୁ ଅଟକାଇ ପାରେନା, ସମୁଦ୍ରକୂଳ ର ଶକ୍ତ ଆଘାତ ପାଇବା ପର୍ଯ୍ୟନ୍ତ । କେବଳ ସେହି ବିପକ୍ଷ ବର୍ତ୍ତି ଆଘାତ ପାଇବା ଲାଗି ତରଙ୍ଗ ପଛକୁ ଫେରି ପାରେ, ତଥାପି ସେ ହାରେନା ବରଂ ପୁଣି ଥରେ ତା'ର ହୁଙ୍କାର ନେଇ ସମୁଦ୍ର କୂଳ ଲଙ୍ଘିବା କୁ ଚେଷ୍ଟା କରେ ।"
ହଁ ମୁଁ ମଧ୍ୟ ମୋ ଜୀବନ ସମୁଦ୍ର ରେ ତରଙ୍ଗ ସାଜି ସମାଜର କୁଳ କୁ ଲଂଘିବା ରେ ନିଜକୁ ନିୟୋଜିତ କରେ ପୁଣି ମୋର ପରିବେଶ ଓ ପରିସ୍ଥିତି ମୋ ସମ୍ମୁଖରେ ଦଣ୍ଡାୟମାନ ହୁଏ ପ୍ରତିକୂଳ ସାଜି । ହାରିବା ର ପ୍ରଶ୍ନ ହିଁ ଉଠେନି ମୋ ଶରୀରର ଶେଷ ପ୍ରଚେଷ୍ଟା, ଶେଷ ମୁହୂର୍ତ୍ତ, ଶେଷ ନିଃଶ୍ୱାସ ଯାଏଁ ।


0 Comments
📩 Give Your Precious Comments before You Leave. (Put your Name before comment.)