Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Urban Effect ( ସହରି କରଣ )

ଶ୍ରୀ ରାମ 


ସହରି କରଣ 

ବାପାଙ୍କ  ବାପା ଆମ ଜେଜେ ବାପା ମାଆ ଜେଜେମା ହୋଇ,

ନାତି ନାତୁଣୀଙ୍କ ମନ ହରଷାନ୍ତି ଗପ, କାହାଣୀ କୁ କହି ।

ମାଆଙ୍କ ର ମାଆ ବୁଢୀ ଆଇ ବାହା ଅଜାଙ୍କର ଖଜା ମିଠା,

ଛୋଟ ପିଲାଙ୍କର ଏହା ବଡ ରୋଗ ଦେଖିଲେ ପଡଇ ହଟା ।

ଜଗତ ଭିତରେ ସବୁ ସମ୍ପର୍କ ରୁ ଏହି ଭାବ ଅଟେ ବଡ,

ସହରି କରଣ ହେଉଅଛି କାଳ ନେଉଅଛି କାହିଁ ମୋଡ ।

ସ୍ନେହ ଶ୍ରଦ୍ଧା ପ୍ରେମ ହେଲେ ନଦୀ ଜଳ ଘରବାଡ ନଦୀ ହିଡ଼,

ପିତାମାତା ଚାହିଁ ଜଗି ରହିଥାନ୍ତି ବୁଜିବା ପାଇଁକି ବାଡ ।

ସମସ୍ତ ସଦସ୍ୟ ମଣିଷ ହେଲେ ହେଁ, ପାର୍ଥକ୍ୟରେ ତିନି ପିଢି,

ସମ୍ପର୍କ ଏଠି ଏ ରକ୍ତର ସମ୍ପର୍କ ରକ୍ତ ଖାଏ ନାହିଁ ମେଳି ।

ପିତାମାତା ପାଇଁ ବେଡ୍ ରୁମ୍ ରହେ ଛୁଆ ପାଇଁ ଷ୍ଟଡି ଘର,

ଷ୍ଟୋର୍ ଘର ବୃଦ୍ଧାଶ୍ରମ ନାତି ଭାବେ ନିଜର ଅବା ସେ ପର ।


🙏🙏🙏ଧନ୍ୟବାଦ 🙏🙏🙏
✎✎✍ଭୋଳାଶଙ୍କର ସେଠୀ ✍🖊🖉


Post a Comment

0 Comments