Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Urban Effect ( ସହରି କରଣ )

ଶ୍ରୀ ରାମ 


ସହରି କରଣ 

ବାପାଙ୍କ  ବାପା ଆମ ଜେଜେ ବାପା ମାଆ ଜେଜେମା ହୋଇ,

ନାତି ନାତୁଣୀଙ୍କ ମନ ହରଷାନ୍ତି ଗପ, କାହାଣୀ କୁ କହି ।

ମାଆଙ୍କ ର ମାଆ ବୁଢୀ ଆଇ ବାହା ଅଜାଙ୍କର ଖଜା ମିଠା,

ଛୋଟ ପିଲାଙ୍କର ଏହା ବଡ ରୋଗ ଦେଖିଲେ ପଡଇ ହଟା

ଜଗତ ଭିତରେ ସବୁ ସମ୍ପର୍କ ରୁ ଏହି ଭାବ ଅଟେ ବଡ,

ସହରି କରଣ ହେଉଅଛି କାଳ ନେଉଅଛି କାହିଁ ମୋଡ

ସ୍ନେହ ଶ୍ରଦ୍ଧା ପ୍ରେମ ହେଲେ ନଦୀ ଜଳ ଘରବାଡ ନଦୀ ହିଡ଼,

ପିତାମାତା ଚାହିଁ ଜଗି ରହିଥାନ୍ତି ବୁଜିବା ପାଇଁକି ବାଡ

ସମସ୍ତ ସଦସ୍ୟ ମଣିଷ ହେଲେ ହେଁ, ପାର୍ଥକ୍ୟରେ ତିନି ପିଢି,

ସମ୍ପର୍କ ଏଠି ଏ ରକ୍ତର ସମ୍ପର୍କ ରକ୍ତ ଖାଏ ନାହିଁ ମେଳି

ପିତାମାତା ପାଇଁ ବେଡ୍ ରୁମ୍ ରହେ ଛୁଆ ପାଇଁ ଷ୍ଟଡି ଘର,

ଷ୍ଟୋର୍ ଘର ବୃଦ୍ଧାଶ୍ରମ ନାତି ଭାବେ ନିଜର ଅବା ସେ ପର


🙏🙏🙏ଧନ୍ୟବାଦ 🙏🙏🙏
✎✎✍ଭୋଳାଶଙ୍କର ସେଠୀ ✍🖊🖉


Post a Comment

0 Comments