ବସ୍ ଯାତ୍ରା |
କାହା ପାଇଁ ସୁଖ କା ପାଇଁ ବିମୁଖ କରେ ଯାତ୍ରା ବସ୍ ଗାଡ଼ି,
ପିଲା ବୁଢ଼ା ବୁଢ଼ୀ ଯୁବ ଛାତ୍ରଛାତ୍ରୀ ସମସ୍ତେ ଯାଆନ୍ତି ଚଢ଼ି ।
ଡ୍ରାଇଭର ଭାଇନା ଏକା ଧିର ମନା କଣ୍ଡକ୍ଟର ଛାଡ଼େ ରଡ଼ି,
ବେଗେ ଆସ ବେଳ ହୋଇଲା ଉଛୁର ଗାଡ଼ି ଚକ ଗଲା ଗଡ଼ି ।
କୁନି ଶିଶୁ କଣ୍ଠେ କୁଆଁ କୁଆଁ ରାବ ଗରମେ ଯାଏ ସେ ଚିଡ଼ି,
କରେ ଗତି ରୋଧ ପଥର ହମ୍ପସ୍ ମା ଧରେ କୋଳେ ଭିଡ଼ି ।
ଠେଲାଠେଲି ସାଥେ ହୋଇ ଗୁଞ୍ଜାଗୁଞ୍ଜି ଜାଗା ପାଇଁ ଭିଡ଼ାଭିଡ଼ି,
ସୋରିଷ ବୁଣିଲେ ତଳେ ପଡ଼ିବନି ଗୋଡ଼ ଦିଅନ୍ତି ରଗଡ଼ି ।
ଜନ ସାଧାରଣ ସଙ୍ଗେ ଛାତ୍ରଛାତ୍ରୀ ହୁଅନ୍ତି ଏଥିରେ ଯୋଡ଼ି,
ରିହାତି ସକାଶେ କଣ୍ଡକ୍ଟର ସାଥେ ଛାତ୍ର ଦଳ ବାଡ଼ା ବାଡ଼ି ।
ଖରା ଶିତ ଅବା ହେଉ ସେ ବସନ୍ତ ଗହଳ ଯାଏନି ଛିଡ଼ି
ବର୍ଷା ହୁଏ କାଳ ବୁଡ଼େ ଚୁଲି ଜାଳ ଗାଡ଼ି ଯାଏ ଖାଲି ପଡ଼ି ।
ଯାତ୍ରୀ ଶୂନ୍ୟ ଗାଡ଼ି ଦୁଃଖ କୁ ବୁଝେନି ପେଟ୍ରୋଲକୁ ନିଏ ପୋଡ଼ି,
ଗାଡ଼ି ଡ୍ରାଇଭର ମାଲିକ ହେଲ୍ପର ହାତରେ ପଡ଼ଇ ବେଢ଼ି ।
✏️✒️✍️ଭୋଳାଶଙ୍କର ସେଠୀ✍️🖋️🖊️
2 Comments
Wow.. Fabulous Poem👌👍🎉🎊
ReplyDeleteThank you for your concern and appreciation.💐
DeleteThank You For Your Appreciation.