ଅନଲାଇନ୍ ସମ୍ପର୍କ |
ଅଦୃଶ୍ୟ ସମ୍ପର୍କ ସେହି ଗଢି ପାରେ
ଅଜଣା ଅଚିହ୍ନା ହୋଇ,
ଗଢିବା ସମ୍ପର୍କ ଭାଙ୍ଗି ପାରେ ପୁଣି
ସନ୍ଦେହ ର ରୂପ ନେଇ ।
ଗଢିବା ଠାରୁ ସେ ଅଧିକ ଭାଙ୍ଗଇ
ଗଢା ନୁହେଁ ମଜବୁତ,
ଏକୁଟିଆ ପଣ କରେ ଦୂରୀଭୂତ
ସେଥି ଲାଗି ଲାଗେ ପ୍ରିତ ।
କାହା ପାଇଁ ଜଡା କା ପାଇଁ କି ଘିଅ
ଜାଣିବା ବହୁତ କଷ୍ଟ,
କେତେ ଭାଗ ସତ କେତେ ଭାଗ ମିଛ
କରି ହୁଏ ନାହିଁ ସ୍ପଷ୍ଟ ।
4 Comments
Kete sundara lekha.... 👌👏👏
ReplyDeleteଧନ୍ୟବାଦ🙏 ବହୁମୂଲ୍ୟ ମତାମତ ପାଇଁ ।
DeleteExperience achhi tahele..... Profile ta change karidelani pura
ReplyDeleteHiii
ReplyDeleteThank You For Your Appreciation.