ପିତୃ ପକ୍ଷ |
ଜଣେ ପିତା ତା'ର ପୁତ୍ର ପାଇଁ ଛାଡ଼ି ଯାଇଥିବା ଟଙ୍କା, ଘର, ଦ୍ୱାର, ସମ୍ପତ୍ତି ଆଦି କୁ ପୈତୃକ ସମ୍ପତ୍ତି କୁହାଯାଏ ନାହିଁ, ତାହା ଆଜି ରହିଥିଲେ କାଲି ଚାଲିଯିବ । ପିତା ନିଜ ଜୀବନ ରେ ଯେଉଁ ସବୁ କାର୍ଯ୍ୟ, ସୁନାମ, ଉନ୍ନତି ସାଧନ କରିଥାଏ ତାହା ପୁତ୍ର ପାଇଁ ପୈତୃକ ସଂପତ୍ତି ଅଟେ, ଯାହା ସବୁବେଳେ ଚିରସ୍ଥାୟୀ । ତେବେ ଜଣେ ପୁତ୍ର ର କର୍ତ୍ତବ୍ୟ ସେହି ପୈତୃକ ସଂପତ୍ତି ର ତଦାରଖ କରିବା ସହ ସେଥିରେ ଉନ୍ନତି ଆଣିବା ଅର୍ଥାତ୍ ନିଜ ପିତା, ପିତାଙ୍କ ଗୋଷ୍ଠୀ ତଥା ସମାଜ ର ଉନ୍ନତି ସମ୍ପାଦନ କରିବା । ଶ୍ରାଦ୍ଧ ବାର୍ଷିକୀ ରେ ବଂଶଜ(ପୁତ୍ର) ବାଢ଼ୁଥିବା ପିଣ୍ଡ ପୂର୍ବଜ ମାନଙ୍କୁ ସନ୍ତୁଷ୍ଟ କରାଇ ପାରୁ ଥିବ ନା ନାହିଁ ତାହା ମୁଁ ଜାଣିନି ହଁ କିନ୍ତୁ ଏହି କାର୍ଯ୍ୟ ଦ୍ଵାରା ସେମାନଙ୍କ ନାମ, ଜାତି, ଗୋଷ୍ଠୀକୁ ସମ୍ମାନ ନିଶ୍ଚୟ ସୂଚାଇଥାଏ ।
0 Comments
Thank You For Your Appreciation.