ଲେଖକ ର ଲେଖା |
ଯେତେବେଳେ ଆମେ ଟେଲିଭିଜନ ବା ମୋବାଇଲ୍ ରେ କୌଣସି ଫିଲ୍ମ (Movie) ଦେଖୁଛନ୍ତି କିମ୍ବା କୌଣସି ରଙ୍ଗମଞ୍ଚ ର ଯାତ୍ରା ଦେଖୁଛନ୍ତି ସେତେବେଳେ ସେହି କାହାଣୀ ରେ ଥିବା କିଛି ଚରିତ୍ର ଆମକୁ ପସନ୍ଦ ଲାଗିଥାଏ । ସେଠାରେ ସେହି ଚରିତ୍ର ରେ ଥିବା ବ୍ୟକ୍ତି, କାହାଣୀ ରେ କିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହା, ଆମ ମନକୁ ଛୁଇଁ ଥାଏ ।
ଆମ ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ଵରେ ଥିବା କିଛି ବ୍ୟକ୍ତି ଙ୍କ ବାସ୍ତବ ଚରିତ୍ର ମଧ୍ୟ ଠିକ୍ ସେହିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଥାଏ ଯାହା ବେଳେବେଳେ ଆମକୁ ପସନ୍ଦ ଲାଗିଥାଏ ।
"Not all humans in the world are special, but there is something special in all human beings."
"दुनिया में सभी इंसान खास नहीं होते, लेकिन सभी इंसानों में कुछ न कुछ खास होता है।"
ସେତେବେଳେ ଜଣେ ଲେଖକ ର କର୍ତ୍ତବ୍ୟ ହୋଇଥାଏ ସେହି ଚରିତ୍ର ର "ବାସ୍ତବତା କୁ ଲିଖିତ ରୂପ ଦେବା" । ଯାହାଦ୍ବାରା ସେହି ଚରିତ୍ର ର ଭୂମିକା ସଦାସର୍ବଦା ଚିରସ୍ଥାୟୀ ଓ ସ୍ମରଣଯୋଗ୍ୟ ହୋଇଥାଏ । ଫଳ ସ୍ବରୂପ ସେହି ଭଲ ଚରିତ୍ର ର ପ୍ରଭାବ ପରବର୍ତ୍ତୀ ସମୟରେ ଅନ୍ୟ ମାନଙ୍କ (ପାଠକ/ଦର୍ଶକ) ଦ୍ବାରା ବିସ୍ତାରିତ ହୋଇଥାଏ ।
0 Comments
Thank You For Your Appreciation.