Subscribe ( YouTube)

Members

ବନ୍ଧୁତା ସ୍ଥାପନ #Friendship #Animallover #Petanimal #Petdog #Cow #TrueFriend #Makingfriend

 

ବନ୍ଧୁତା ସ୍ଥାପନ

                     ରାତ୍ର ଭୋଜନ ସରିବା ପରେ ଘର ବାରଣ୍ଡାର ତଳ ପାହାଚ ରେ ବସିଥିଲି । ସେହି ସମୟରେ ଏହି ଗାଈ ଟି ରାସ୍ତା ରେ ଚାଲି ଚାଲି ଆସି ପହଞ୍ଚିଲା । ସେ ମୋ ସାମ୍ନାରେ ଅଟକି ଗଲା । ବାସ୍ କିଛି କ୍ଷଣ ପାଇଁ ମୋ ମୁହଁ କୁ ମୁହଁ ମିଶାଇ ଏକ ଲୟରେ ଚାହିଁ ରହିଲା । ଆମ ଘରେ ମୁଁ ଜାଣିବା ଦିନ ଠାରୁ କୌଣସି ପଶୁ କିମ୍ବା ପକ୍ଷୀ କୁ ରଖା ଯାଇ ନାହିଁ । ହଁ ମୁଁ ଯେତେବେଳେ ଛୋଟ ଥିଲି ଗୋଟିଏ ଗାଈ ରଖା ଯାଇଥିଲା କିନ୍ତୁ ସେତେବେଳେ ମୋ ବୟସ ବହୁତ କମ୍ ଥିଲା ତେଣୁ ତାହା ମୋ ଜ୍ଞାନ ପରିଧି ଭିତରେ ନୁହେଁ । ସାଧାରଣତଃ ଆଜିକାଲି ଲୋକମାନେ ଘରେ ପଶୁପକ୍ଷୀ ଙ୍କୁ ରଖିବାକୁ ପସନ୍ଦ କରନ୍ତି, ବିଶେଷ ଭାବେ ଛୋଟ ଛୁଆ ମାନେ ଜିଦ୍ କରିଥାନ୍ତି କୁକୁର କିମ୍ବା ବିଲେଇ ରଖିବା ପାଇଁ । ତେଣୁ ପିତାମାତା ମାନେ ସାଧାରଣତଃ ଛୁଆ ମାନଙ୍କ ଜନ୍ମ ଦିନରେ ସେମାନଙ୍କୁ ଖୁସି କରିବା ପାଇଁ ଉପହାର ରୂପେ ପଶୁପକ୍ଷୀ ଙ୍କୁ ଦେଇଥାନ୍ତି । ଏହା ବର୍ତ୍ତମାନ ର ଏକ ପ୍ରକାର ଫ୍ୟାଶନ୍ ବା ଚଳଣି ହୋଇଯାଇଛି । 
                      ଏହି ଗାଈର କିଛି କ୍ଷଣ ର ପ୍ରତିକ୍ଷା ମୋତେ ବହୁତ ଭଲ ଲାଗିଲା । ସତେ ଯେପରି ମୋ ଜୀବନରେ ଏକ ବିଶ୍ବସ୍ତ ବନ୍ଧୁ ପରି ମନେ ହେଲା । ସେ ମୋ ସହ ପ୍ରତ୍ୟକ୍ଷ ଭାବେ ଭାବ ବିନିମୟ କରି ପାରୁ ନ ଥିଲା ସତ କିନ୍ତୁ ମୁଁ ତା'ର ଭାବ ଭରା ଆଖି, କାନ, ମୁଖ ଆଦି ଶରୀର କୁ ଦେଖି ତା'ର ବନ୍ଧୁତା କୁ ବୁଝି ପାରୁ ଥିଲି ।



Post a Comment

0 Comments