Subscribe ( YouTube)

Members

ମାତୃଶକ୍ତି ଓ ମାତୃପ୍ରେମ , Love and respect to mother and mother tongue, first language, mother land

ମାତୃଶକ୍ତି ଓ ମାତୃପ୍ରେମ

ମାତୃତ୍ଵର ସ୍ନେହ       ମାତୃଭୂମି ପ୍ରେମ

କେମନ୍ତ ଭୁଲିବି ମୁହିଁ ,

ମନର ଭାବକୁ          ପ୍ରକାଶ କରଇ

ମାତୃଭାଷା ଜ୍ଞାନ ନେଇ

ଥିଲେ ଭକ୍ତି ଭାବ        କଲେ ସତ୍ କର୍ମ

ବିଭୁ କୃପା ମିଳୁଥାଇ,

ମାତୃ ଆଶୀର୍ବାଦ         ପାଖେ ରହି ଥିଲେ

କାର୍ଯ୍ୟେ ସଫଳତା ହୋଇ

ମାତୃ ପଣତରେ        ପଡ଼ିଥିଲେ ଶୋଇ

ଶମନ ରଶି ଛିଡଇ,

ମାତୃକୋଳ ଶ୍ରେଷ୍ଠ      ଅଭେଦ ପ୍ରକୋଷ୍ଠ

ମୃତ୍ଯୁ ସ୍ପର୍ଶ ନ କରଇ

ମାତୃ ପାଦ ଧୂଳି         ଦେଲେ ମୁଣ୍ଡେ ବୋଳି

ଇନ୍ଦ୍ର ବଜ୍ର ନ କାଟଇ,

ମାତୃ ଆଜ୍ଞାକାରୀ        ଗଲେ ଯୁଦ୍ଧ କରି

କେବେ ହାର ନ ମାନଇ

ଜନ୍ମ ଯଦି ଅଛି          ମୃତ୍ଯୁ ସୁନିଶ୍ଚିତ

କେ ଅବା ରୋକି ପାରଇ,

ମାତୃ ଭୂମି ଲାଗି         ପ୍ରାଣ ଉତ୍ସର୍ଗିଲେ

ଶହୀଦ ଉପାଧି ପାଇ 

ମାତୃ ଭୂମି ମାତୃ         ଭାଷାରେ ମମତା

ଗଙ୍ଗାଧର ଥିଲେ ପାଇ,

ସ୍ଵର୍ଗାଦପି ପୁଣି           ଗରୀୟସୀ ବୋଲି

କବି ଗଣ ଗଲେ କହି

ସ୍ନେହ ଶ୍ରଦ୍ଧ କଥା        ମାଆ ର ମମତା

ମାତୃତ୍ଵ ମହିମା ଏହି,

ନିଜକୁ ମଣିବା            ସୁଯୋଗ୍ୟ ସନ୍ତାନ

ମାତୃ ଭକ୍ତି ମାନେ ଥୋଇ

✏️✒️✍️ଭୋଳାଶଙ୍କର ସେଠୀ✍️🖋️🖊️




Post a Comment

0 Comments