Followers

ଅନୁଭୂତି ରେ ୨୦୨୧, "ବାସ୍ତବତା ର ଭାବନାତ୍ମକ ରୂପ", Old Year journey and enjoyment, Welcome New Year2022, Work, Experience and Thoughts. #2021

ଅନୁଭୂତି ର ୨୦୨୧

"ବାସ୍ତବତା ର ଭାବନାତ୍ମକ ରୂପ"

@S Bholasankar

   ଭାବୁକ ଙ୍କ ଭାବନାରେ ଜୀବନର ରାସ୍ତା ସବୁବେଳେ ଅଙ୍କାବଙ୍କା ………. । କିନ୍ତୁ, ଯେଉଁ ରାସ୍ତା ର ଆଜି ଯାଏଁ କେହି ମଧ୍ୟ ଦିଗ ନିରୂପଣ କରିପାରି ନାହାନ୍ତି, କିଏ କହିପାରେ ସେହି ରାସ୍ତା ସିଧା ଅବା ବଙ୍କା? ହଁ ! ସମସ୍ତେ କହନ୍ତି ସେହି ରାସ୍ତାର ଚଲାପଥରେ ଚାଲିବା ସମୟରେ ଜୀବନର ମୋଡ଼କୁ ଜାଣି ହୁଏ ଭାବନାରେ, କାର୍ଯ୍ୟ ପ୍ରଣାଳୀରେ ଓ ଅଭିଜ୍ଞତାରେ । ଏହି ଆଧାର ରେ ମୁଁ ମୋ ଜୀବନର ମୋଡ଼ କୁ ଜାଣିବାରେ ସକ୍ଷମ ହୋଇ ପରିଲି ୨୦୨୧ସ୍ମୃତିରେ  । ସେହି ମୋଡ଼ କୁ ଆପଣଙ୍କ ସମ୍ମୁଖ ରେ ପ୍ରତିପାଦନ କରିବା ପୂର୍ବରୁ ଥରେ ଆଖି ବୁଲାଇ ଆଣିବାକୁ ଚାହେଁ ସ୍ମୃତିର ୨୦୨୧କୁ ।

   ଅନ୍ଧାର ଘେରରେ ଲୁକ୍କାୟିତ ହୋଇ ରହିଥିବା ଆଲୁଅ ଭିଳାଷୀ ମୁଦ୍ରିତ ଆଖି ଆଲୁଅର ପ୍ରଥମ ଅଭାସରେ ଯେବେ ଖୋଲିବାକୁ ଆରମ୍ଭ କରେ ସେତେବେଳେ ଆଖିର ଲୋତକ ମିଲିମିଲି କରେ । ଭାବନା ଭିଳାଷୀ ମନ ସ୍ବାଧୀନତା ପାଇ ଯେବେ ଭାବିବା ଆରମ୍ଭ କରେ ଭାବନା ମଧ୍ୟ ଠିକ୍ ସେହିପରି ହୋଇଥାଏ । କିନ୍ତୁ, ଯେତେବେଳେ ଆଶା ଆକାଂକ୍ଷିତ ର ସନ୍ଧାନ ପ୍ରାପ୍ତି ହୋଇ ଯାଏ ସେତେବେଳେ ପୁଣି ସେହି ଈପ୍ସିତ ଅବସ୍ଥାକୁ ଫେରିବାକୁ ମନ ହୁଏ ନାହିଁ । ଜନ୍ମଦିନ ଠାରୁ ମନ ଭାବିବା ଆରମ୍ଭ କରିଥିଲା ସତ କିନ୍ତୁ ଦୀର୍ଘ କୋଡିଏ ବର୍ଷ ବୟସ ପରେ ତାହାକୁ ସ୍ବାଧୀନତା ପ୍ରାପ୍ତି ପରି ମନେ ହୁଏ ୨୦୨୧ ର ଅନୁଭୂତି । କାରଣ ପ୍ରଥମ କରି ମୁଁ ନିଜେ ନିଜର ସମ୍ପୂର୍ଣ୍ଣ ଉପସ୍ଥିତି ରେ ନିଜ ସହିତ କିଛି କାର୍ଯ୍ୟ କରିବା ଆରମ୍ଭ କରିଥିଲି । ତେଣୁ ସେହି କାର୍ଯ୍ୟମାନ ର ଅନୁଭୂତି ଓ ଶିକ୍ଷା କିଛି ଭିନ୍ନ ଥିଲା ।

   ଶିକ୍ଷା ଜୀବନର ଏକ ଅବିଚ୍ଛେଦ୍ଯ କାର୍ଯ୍ୟ ପ୍ରଣାଳୀ ସଦୃଶ । ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ଶିକ୍ଷା ପଠ୍ୟପୁସ୍ତକ ଆଧାରରେ ବାର୍ଷିକ ଭିତ୍ତିରେ ସମ୍ପାଦିତ ହୋଇଥାଏ । ୨୦୨୦ ରେ କୋରୋନା ର α-variant (ପ୍ରଥମ ଲହରୀ) ଓ ୨୦୨୧ ରେ କୋରୋନା ର β-variant ପାଇଁ ଶିକ୍ଷା ଖସଡା ବାଧା ପ୍ରାପ୍ତ ହୋଇ ଭୁଷୁଡି ଗଲାପରି ମାନେହୁଏ । ଏହି ସମୟ ଅବଧି ମଧ୍ୟରେ ମୋର ଯାତ୍ରା ଥିଲା  ‘ବାସ୍ତବତା ର ଭାବନାତ୍ମକ ରୂପ’ ।

   ମୋର କିଛି ଅଭ୍ଯାସ କୁ ଆଧାର କରି ଓ କିଛି ଅଭ୍ଯାସର ଉନ୍ନତି କୁ ଦୃଷ୍ଟିରେ ରଖି ଶିକ୍ଷା ଆଧାରରେ ମୁଁ ଆରମ୍ଭ କରିଥିଲି Blog “SBholasankar” ନାମରେ । ଏହାର ଆଭିମୁଖ୍ୟ ଥିଲା “Reading & Writing” । ଏବଂ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଁ ସହାୟତା ନେଇଥିଲି କିଛି Social Accounts ର । Blog କୁ set up କରିବା ପରେ ଲକ୍ଷ୍ୟ ଥିଲା Blog ର Name କୁ Google ର Search box ର ପ୍ରଥମ ପୃଷ୍ଠାକୁ ଆଣିବା । କିନ୍ତୁ ଭଗବାନଙ୍କ କୃପାରୁ ମୋର ଆଈ ଙ୍କ ଦ୍ବାରା ଦିଆଯାଇଥିବା ନାମକରଣ ( ଭୋଳାଶଙ୍କର ) ପାଇଁ ଭୋଳାନାଥ ଙ୍କ ଆଶୀର୍ବାଦ ରେ ତାହା ମଧ୍ୟ ଅତିଶୀଘ୍ର ସମ୍ପୂର୍ଣ ହୋଇଥିଲା ତିନି ମାସ ମଧ୍ୟରେ ଯାହା ସାଧାରଣତଃ ୬ ରୁ ୧୨ month ସମୟ ନେଇ ଥାଏ । ତେଣୁ ଏହିପରି ସ୍ବତନ୍ତ୍ର ନାମର ଅଧିକାରୀ ହୋଇ ପାରି ଥିବାରୁ ମୁଁ ନିଜ ସମ୍ମୁଖରେ କୃତଜ୍ଞ(Thankful ) । ଏହା ସହିତ ସମସ୍ତ Social Accounts ମଧ୍ୟ ଏହାକୁ ଅନୁସରଣ କରିଥିଲା ନାମ କାରଣ ପାଇଁ । ଯାହା ନିମ୍ନ ରେ ପ୍ରତିଫଳିତ ହୁଏ ।

   ଅତଏବ ଫଳ ସ୍ବରୂପ ଏହି ସମସ୍ତ କାର୍ଯ୍ୟ ଅଭିଜ୍ଞତା ରୂପେ ମୋର ବ୍ୟକ୍ତିଗତ ବିକାଶ ଉନ୍ନତି ର ଏକ ଉତ୍ସ ସାଜିଥିଲା । ସ୍ମୃତି ର ୨୦୨୧ କୁ ଏହି ପରି କାର୍ଯ୍ୟ, ଶିକ୍ଷା, ଅନୁସନ୍ଧାନ ଓ ଅନୁଭବ କରି ବର୍ଷ ଅବଧି ଆନନ୍ଦ, ଅନୁଭୂତି ଶିକ୍ଷା ମୂଳକ ଥିଲା । 

"A New era starts from this day. 

Thanks to all for your support 2021.

Have a nice journey of the year 2022."


Post a Comment

0 Comments