LOVE
Definition
ବିଷୟ ଅଟେ ମୋ ଭାବନା ବାହାରେ
ମସ୍ତିଷ୍କ ମୋହର ଖାଲି,
ଦେଖି ନାହିଁ କେବେ ଜାଣିବି କିପରି
ପ୍ରେମ ରଙ୍ଗ ନାଲି ବୋଲି ।
ପଢିଛି ମୁଁ ଗଳ୍ପ ଶୁଣିଛି କବିତା
ଇତିହାସ ମୁକ ସାକ୍ଷୀ,
ଗୋଲାପ ଅଟଇ ପ୍ରେମ ର ପ୍ରତୀକ
ତାଜ ମହଲ ସୁଖ୍ୟାତି ।
ବନ୍ଧୁ ମେଳରେ ଏ ଚର୍ଚ୍ଚା ର ବିଷୟ
ଥଟା ମଜା ଥାଏ ବୋଲି,
ବାସ୍ତବରେ ଏହା ସେହିପରି ନୁହଁ
ଫିକା ରଙ୍ଗ ନୁହେଁ ନାଲି ।
ଅଧିକ ପାଇଁ ମୋ ଜ୍ଞାନ ଆଉ ନାହିଁ
ଏହିଠାରେ ରହିଗଲି,
ଲେଖା ଅନୁଭୂତି ଅଧା ଭାବିବନି
ଜାଣିଲେ ଲେଖିବି କାଲି.......😀
0 Comments
Thank You For Your Appreciation.