Subscribe ( YouTube)

Members

ଟଙ୍କାମୟ ଦୁନିଆ, ଟଙ୍କା ର ଏହି ଦୁନିଆ ରେ ଏହାର ଚାହିଦା ଓ ଆବଶ୍ୟକତା ଅଧିକ ହେଲେ ମଧ୍ୟ ଟଙ୍କା କୁ ମଣିଷ ର ବାସ୍ତବ ଖୁସି କୁହାଯାଏ ନାହିଁ । Money is not real happiness of life. What if money can buy happiness can one be happy with no money? Why is money not the key to happiness? Why Is money important to happiness?

ଟଙ୍କାମୟ ଦୁନିଆ

   ଟଙ୍କାମୟ ଦୁନିଆରେ ଟଙ୍କାର ଆବଶ୍ୟକତା କହିଲେ ନସରେ । ସେ ଧନୀ ହେଉ ଅବା ଗରିବ କିମ୍ବା ହେଉ ମଧ୍ୟବିତ୍ତ, ଯେ କେହି ମଧ୍ୟ ନିଜ ଜୀବନ କାଳ ଭିତରେ ଟଙ୍କା ର ଅଭାବ କୁ ସାମ୍ନା କରିବାକୁ ହିଁ ପଡ଼ିଥାଏ । ବେକରେ ସୁନା ଚେନ୍, ଅଙ୍ଗୁଳି ରେ ହୀରା ମୁଦି ଓ ମସ୍ତକ ରେ ସୁବର୍ଣ୍ଣ ମୁକୁଟ ପିନ୍ଧିଥିବା ବ୍ୟକ୍ତି ମଧ୍ୟ ଯଦି ବଜାରରେ ପରିବା କିଣିବା ବେଳେ ପକେଟ୍ ରେ ପଇସା ନ ଥିବ ତେବେ ଅର୍ଥ ଅଭାବକୁ ସାମ୍ନା କରିବା ଟା ଥୟ । ଟଙ୍କା ର ଏହିପରି ଆବଶ୍ୟକତା କୁ ଦୃଷ୍ଟିରେ ରଖି କେତେକ ଅର୍ଥ ଲାଳସା ବ୍ୟକ୍ତି ଙ୍କ ନଜରରେ ଟଙ୍କା ହିଁ ସବୁକିଛି ହୋଇଥାଏ । ବେଳେବେଳେ ଏହାର ଚାହିଦା ଏପରି ବୃଦ୍ଧି ହୋଇଥାଏ ଯେ ଟଙ୍କା ଆଗରେ ମଣିଷ ର ଅମୂଲ୍ୟ ଜୀବନ, ସୁଖ, ଶାନ୍ତି ଓ ଖୁସି ନ୍ୟୁନ ହୋଇଯାଇ ଥାଏ । ତେଣୁ ଟଙ୍କା ବଦଳରେ ଏହାର ସଉଦା ମଧ୍ୟ ଦେଖିବାକୁ ମିଳିଥାଏ ।
   କିଛି ମତଦାତା ଟଙ୍କା କୁ ଦୁନିଆର ସବୁ ସୁଖ ଶାନ୍ତି ର ବିକଳ୍ପ ରୂପେ ବିବେଚନା କରନ୍ତି । କିନ୍ତୁ ଜ୍ଞାନି ଗୁଣୀ ମାନଙ୍କ ପାଇଁ ଏହା ଗ୍ରହଣୀୟ ହୋଇ ନ ଥାଏ । ସେମାନଙ୍କ ଭାବନାରେ ଟଙ୍କା ସଂସାର ର ୧୦୦ ଆବଶ୍ୟକତା କୁ ପୂରଣ କରି ପାରୁ ଥିବା ବେଳେ, ୧,୦୦୦ ଆବଶ୍ୟକତା କୁ ନୁହେଁ । ଅର୍ଥାତ୍ ଟଙ୍କା ଆମକୁ କେବଳ ୧୦୦ ଜିନିଷ ର ଉପଭୋଗ ର ସୁଯୋଗ ଦେଇ ପାରେ କିନ୍ତୁ ୧,୦୦୦ ଆବଶ୍ୟକତା କୁ କିଣିବା ସମ୍ଭବ ହୋଇ ନଥାଏ ।
   ଟଙ୍କା ର ସହାୟତା ରେ ସ୍ବାସ୍ଥ୍ୟ ଚିକିତ୍ସାଳୟ ଗଢ଼ି ହୋଇଥାଏ କିନ୍ତୁ ସ୍ବାସ୍ଥ୍ୟ ଗଢ଼ି ହୁଏ ନୁହେଁ । ଟଙ୍କା ରେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ହୁଏ କିନ୍ତୁ ଟଙ୍କା ଦେଇ କାହାକୁ ଶିକ୍ଷିତ କରି ହୁଏ ନାହିଁ । ଟଙ୍କା ରେ ବଡ଼ ନଅର ତୋଳି ହୁଏ କିନ୍ତୁ ପରିବାର ଗଠନ କରି ହୁଏ ନୁହେଁ । ପୁଅର ସୁଖ ପାଇଁ ଟଙ୍କା ସଞ୍ଚୟ କରାଯାଏ କିନ୍ତୁ ଯାହାର ପୁଅ ନଥାଏ ?
"ଅତଏବ ଟଙ୍କା ର ଏହି ଦୁନିଆ ରେ ଏହାର ଚାହିଦା ଓ ଆବଶ୍ୟକତା ଅଧିକ ହେଲେ ମଧ୍ୟ ଟଙ୍କା କୁ ମଣିଷ ର ବାସ୍ତବ ଖୁସି କୁହାଯାଏ ନାହିଁ ।"

Post a Comment

0 Comments