🌸🧕🌼ଶେଫାଳୀ🌼🧕🌸
ଥିଲେ ମନ ହୃଦ ହେଲେ କି ହୋଇବ
ନଥାଏ ତା'ର ସ୍ବାଧିନ,
ସୁଗନ୍ଧ ରେ ସାରା ଜଗତକୁ ଜିଣେ
ଅନ୍ୟ ଠାରେ ସମର୍ପଣ ।
ଆଖିକୁ ଲାଗଇ ମନ ଲୋଭା କାରୀ
ବାସ୍ତବରେ ରଙ୍ଗ ହୀନ,
ଦିନ ଆଲୋକ କୁ ଦେଖିବା ଆଗରୁ
ଝଡି ଯାଏ ତା' ଜୀବନ ।
ଚାହିଁ ରହିଥାନ୍ତି ଏ ନର ରାକ୍ଷସ
ଉପଭୋଗ ସୁଖ ପାଇଁ,
କାଳ ରାତ୍ରୀ ର ଅନ୍ଧାର ଭିତରେ
ଦଳି ଦିଅନ୍ତି ତାକୁ ନେଇ ।
ସ୍ନେହ ଶ୍ରଦ୍ଧା ଭରା ପ୍ରେମ ଭାବ ଧାରା
ଗଙ୍ଗଶିଉଳି ର ମନ,
ଫୁଲ ହେଉ ଅବା ହୋଇ ଥାଉ କନ୍ୟା
ଶେଫାଳୀ ନୁହଁଇ ଭିନ୍ନ ।
👱♀️👱♀️👱♀️👱♀️👱♀️👱♀️👱♀️👱♀️👱♀️
Click here 👆 to watch the post
0 Comments
Thank You For Your Appreciation.