ଅନଲାଇନ ଶିକ୍ଷା
ଭୋଳାଶଙ୍କର ସେଠୀ
ଶ୍ରେଣୀ ଗୃହ ଶିକ୍ଷା ଅଫଲାଇନ୍ ପରିକ୍ଷା ଗୁରୁ ବେତ ଥିଲା ଡ଼ର,
ଗୁଗଲ୍ ମିଟ୍ ରୁମ୍ ଲାଗେ ମୁନ୍ ସୁନ୍ ଶ୍ରେଣୀ ଗୃହ ବେଡ୍ ଘର ।
କଳା ପଟା ର ଏ ନବକଳେବର ଧଳା ରଙ୍ଗ ଦେହେ ବୋଳି,
ଏକ ବର୍ଣ୍ଣ ର ସେ ସ୍କୁଲ୍ ୟୁନିଫର୍ମ ଦିଶେ ନାଲି ରଙ୍ଗ ନେଳି ।
ବହି ଖାତା ସବୁ ପଡ଼ି ରହି ଅଛି ଖବର କାଗଜ ପରି,
କଲମ ର କାଳି କଠିନ ହେଲାଣି ଚାଲିବ ଅବା କିପରି?
ହାତେ ମୋବାଇଲି ମନ ବୁଲେ ଦିଲ୍ଲୀ ପାଠ ସବୁ ବୁଝି ଗଲି,
ଅଧା ଅଧି ପାଠ ମିଶାଇ ଗଣିତ ଥିବା ଜ୍ଞାନ ଭୁଲି ଗଲି ।
ରୋଷେଇ ଶାଳ ମୋ ପାଇଁ ଲାବ୍ରୋଟେରି ପ୍ରାକ୍ଟିକାଲ୍ ଏ ବିଜ୍ଞାନ,
ଏକ୍ସପେରିମେଣ୍ଟ୍ ଥାଳି ଗିନା ଚଟୁ ଭାତ ରୁ କରାଇ ଧାନ ।
ସାହିତ୍ୟ ର ଧାରା ଅଟେ ସ୍ବାଦ ଭରା ଇଂରାଜୀ ବିଦେଶୀ ଭୁତ,
ଜେଜେ ଜେଜେ ମାଆ ଶୁଣି ଏହି ପାଠ ହୋଇ ଗଲେଣି ପଣ୍ଡିତ ।
ପରୀକ୍ଷା ର ଖାତା ଲାଗେ ଦେଖିଲେଖା ବହିର ଜେରେକ୍ସ କପି,
ଜ୍ଞାନ ଆମ ଏତେ ଅଧିକ ହୋଇଲା ଦେଖି ଲେଖୁ ଜାଗା ମାପି ।
ବିନା ଶ୍ରେଣୀ ଗୃହେ ସିଲାବସ୍ ସରେ କମାଣ୍ଡ ଏ ଇନ୍ ପୁଟ୍,
ବିନା ପରିଶ୍ରମେ ମାର୍କ ସବୁ ମିଳେ ବାହାରେ ଆଉଟ୍ ପୁଟ୍ ।
ପରୀକ୍ଷା ର ଚାପ ଆରାମ ଦାୟକ ଲାଗେ ନାହିଁ ଟେନ୍-ସନ,
ମୋବାଇଲ୍ ଡାଟା ପାଇଁ ବଢ଼େ ଚିନ୍ତା ନାହିଁ ଯାର ସଲ୍ୟୁସନ ।
ଆଧୁନିକ ଯୁଗେ ଆବିର୍ଭାବ ସେହି ମନସ୍ତତ୍ତ୍ୱ ରୂପ ନେଇ,
ମନ ଭାବନା କୁ ମନ ସାଥେ ଯୋଡ଼େ ଇଣ୍ଟରନେଟ୍ ବୋଲାଇ ।
ଅଶିକ୍ଷିତ ଲାଗି ସାଜଇ ଜଟିଳ ଶିକ୍ଷିତ ପାଇଁ ସରଳ,
କାର୍ଯ୍ୟ କେତେ ବଡ଼ ହୋଇଲେ କଠିନ କରି ଦିଅଇ ତରଳ ।
କମେ ଶାରୀରିକ ମାନସିକ ଚାପ ଦିଅଇ ମନୋରଞ୍ଜନ,
ବାଣିଜ୍ୟ ବିଜ୍ଞାନ ଦିଏ କଳା ଜ୍ଞାନ ବୈଷୟିକ କୁ ଜୀବନ ।


10 Comments
👏🏻 great work buddy
ReplyDeleteThanks bro
Delete❤️
ReplyDelete👏🏻
Delete👏🏻
ReplyDelete❤️
DeleteKeep Up ❤️
ReplyDeleteThanks bro
DeleteGood job 👍 bhola bhai
ReplyDeleteThank you dear
Delete📩 Give Your Precious Comments before You Leave. (Put your Name before comment.)