Subscribe ( YouTube)

Members

CORONA FIGHT ( କରୋନା ଯୁଦ୍ଧ )

                                                                           ଶ୍ରୀ ରାମ

କୋରୋନା ଯୁଦ୍ଧ  

                                               

ଅଜଣା ଅଚିହ୍ନା ଅଦ୍ଭୁତ ଏ ବ୍ୟାଧି,

ଅକାଳ ବିୟୋଗ ଏହାର ଉପାଧି ।

ଆକାର ଯାହାର ଅତି ଭୟଙ୍କର,

ଆୟତ ନୁହଁଇ ବ୍ୟାପକତା ତାର ।

ଇତିହାସ କହେ ଗୋଷ୍ଠୀ ସଂକ୍ରମଣ,

ଇତି କରିପାରେ ତୁମରି ଜୀବନ ।

ଈର୍ଷା ହିଂସା ଭାବ ଆମ ପାଇଁ କ୍ଷତି,

ଈଶ୍ଵର ଭାବନା ରେ ମିଳଇ ଶାନ୍ତି

ଉଲଂଘନକାରୀ ପାଇଁ ଅଭିଶାପ,

ଉପେକ୍ଷା କରିଲେ ହେବ ସର୍ବନାଶ ।

ଋଷ ଆମେରିକା ଉନ୍ନତିର ଦେଶ,

ଋକ୍ଷ  ହୋଇଗଲେ ଦେଖି ଏହି ବେଶ ।

ଏରୁଣ୍ଡି ବାହାରେ ସଂକ୍ରମଣ ଭୟ,

ଏ ରୋଗକୁ ଚିହ୍ନିବା ସହଜ ନୁହଁ ।

ଐଶ୍ୱର୍ଯ୍ୟ କୁ ଚିହ୍ନି ନଥାଏ ବିପଦ,

ଐକ୍ୟ ଭାବନାରେ ଦୃଢ଼ କର ହୃଦ ।

ଓଠ ଚୁମ୍ବନ ଅବା କରମର୍ଦ୍ଧନ,

ଓଡ଼ିଆ ରୀତି ନ କର ଆଲିଙ୍ଗନ ।

ଔଷଧ ନ କରି ପାରେ ସମାଧାନ,

ଔଷଧୀୟ ଶକ୍ତି ତା ଆଗରେ ନ୍ୟୁନ ।

କୋରୋନା ଅଟେ ସେ ଭୂତାଣୁର ନାମ,

କହେ ପୁତ୍ର ବାପ ମୁଖାଗ୍ନି ଅମାନ୍ୟ ।

ଖରା ବର୍ଷା ଶିତ ଶରତ ବସନ୍ତ,

ଖଟା ଯୁକ୍ତ ଖାଦ୍ୟ ରୋଗର ବାହକ ।

ଗଢ଼ିବା ଆଜିଠାରୁ ନୂଆଁ ଜୀବନ,

ଗାଇବା ଗୀତାରେ କୋରୋନା ସ୍ଲୋଗାନ

ଘରେ ରହି ଆମ୍ଭେ ନ ହେବା ହେ ଦୁଃଖୀ,

ଘର ହୋଇବ କାର୍ଯ୍ୟାଳୟ ସମିତି ।

ଚିକିତ୍ସାଳୟ ଯିବା ନିର୍ଦ୍ଵନ୍ଦ ଚିତ୍ତେ,

ଚିକିତ୍ସକ କଥା ମାନିବା ସମସ୍ତେ ।

ଛିଡ଼ା ହେବା ଧାଡ଼ିରେ ଦୂରତା ରଖି,

ଛୋଟ ଛୋଟ ନିୟମ ପାଳିବା ଶିଖି ।

ଜ୍ଵର ଥଣ୍ଡା କାସ ଇତ୍ୟାଦି ଲକ୍ଷଣ,

ଜାଗ୍ରତ ରହିବ ଦେଖି ଏହି ଗୁଣ ।

ଝର ପାଣି ପୋଖରୀ ଗାଡିଆ ଜଳ,

ଝାଡ଼ା, ବାନ୍ତି, କଫ ରୁ ରହିବ ଦୂର ।

ଟିକା କରଣ କୁ ସ୍ଵାଗତ କରିବା,

ଟିକା ନେଇ ଘରେ ସୁରକ୍ଷିତ ହେବା

ଠକ ପ୍ରବଞ୍ଚନା କଥା ସବୁ ଶୁଣି,

ଠକାମୀ ଶିକାର ନ ହୋଇବ ପୁଣି ।

ଡକ୍ଟର ଠାରେ ସଦା ବିଶ୍ୱାସ ରଖି,

ଡରକୁ ଦୂରେଇବା ଆତ୍ମ ବିଶ୍ୱାସି ।

ଢୋଲ ବାଜା ମଜା ମହୁରୀ କାହାଳୀ,

ଢଗ ଢମାଳି ଜେଜେ ନାତୁଣୀ ମେଳି ।

ତୁମେ ନେଲେ ତୁମ ସ୍ଵାସ୍ଥ୍ୟର ଯତନ,

ତୁମେ ରଖି ପାରିବ ତୁମ ଜୀବନ ।

ଥଣ୍ଡା ଖାଦ୍ୟ ଠାରୁ ଦୂରେଇ ରହିବା,

ଥଣ୍ଡା ଛାଡି ଗରମ ପାଣି ପିଇବା ।

ଦର ଦାମ ବୃଦ୍ଧି କଳା ବ୍ୟବସାୟୀ,

ଦଣ୍ଡ ବିଧାନରେ ଯିବେ ଛନ୍ଦି ହୋଇ ।

ଧନ ଲୋଭି ବ୍ୟକ୍ତି ଅସାଧୁ ବ୍ୟବସ୍ଥା,

ଧିରେ ଧିରେ ସବୁ ହୋଇବେ ହିନସ୍ଥା

ନର୍ସ କର୍ମଚାରୀ କୁ ସମ୍ମାନ ଦେବା,

ନୂତନ ନୀୟମ କୁ ଆଦରି ନେବା ।

ପରୀକ୍ଷା ପାଇଁକି ହେବା ନାହିଁ ଦୁଃଖୀ,

ପ୍ରସ୍ତୁତି ହୋଇବା ଭବିଷ୍ୟତ ଦେଖି ।

ଫଳମୂଳ ଶାଗ ସତେଜ ଖାଇବା,

ଫୁର୍ତ୍ତି ହୋଇ ନିଜ ଜୀବନ ଜିଇଁବା ।

ବଳ ଅଟେ ତୁମ ମନର ଭାବନା,

ବଳ ଭାଙ୍ଗିଲେ ଦେହ ହୁଏ ରୋଗୀଣା ।

ଭ୍ୟାସିନ୍ ନେବା ଆମେ ଦୃଢ଼ ମନାସି,

ଭ୍ରମ ନ ହେବା ଅନ୍ୟ କଥା ଆଶ୍ୱସ୍ତି ।

ମୂଲ୍ୟଠୁ ଅଧିକ ଦେବା ନାହିଁ ଟଙ୍କା,

ମାନି ଚଳିବା କଟକଣା ଅଧିକା ।

ଯତ୍ନ କରିବା ଆମ ସ୍ଵାସ୍ଥ୍ୟ ସମ୍ପଦ,

ଯଶୋବନ୍ତ ହୋଇ ହେ ରହିବା ସ୍ଥିତ ।

ରକ୍ଷା କବଚ ଯେ ନିୟମ ପାଳନ,

ରଖି ନ ପାରିଲେ ସେ ଯିବ ଜୀବନ ।

ଶ୍ରମ କଲେ ଝାଳ ବହଇ ଅଙ୍ଗରୁ,

ଶ୍ରେଷ୍ଠ ଉପାୟ ଯେ ସବୁ ଏହିଠାରୁ ।

ଷଢ ରିପୁ ମଦ ରେ ଜୀବନ ଯାଏ,

ଷୋଳ ଉପବାସ ବିଶ୍ଵାସ ଜଗାଏ

ସକାଳ ବ୍ୟାୟାମ ଶକ୍ତି ପ୍ରଦାୟକ,

ସ୍ଵାସ୍ଥ୍ୟ ପାଇଁ ହିତ କାଢା ଫଳ ରସ ।

ହାରିବ କୋରୋନା ଏହି ସବୁ ଦେଖି,

ହସିବା ଆମେ ହେ ସଂକ୍ରମଣ ରୋକି ।

କ୍ଷତ ବିକ୍ଷତ ହେବ ତାର ଶରୀର,

କ୍ଷତି ପାରିବନି ଭୂତାଣୁ ଆମର ।

ଲାଭ କ୍ଷତି ହିସାବ ଆମେ କରିବା,

ଲକ୍ଷ୍ୟ ରେ କୋରୋନା ଦୂରେଇ ପାରିବା । 



✍🖉।। ଭୋଳାଶଙ୍କର ସେଠୀ  ।। 🖉




Post a Comment

9 Comments

Thank You For Your Appreciation.