ଶ୍ରୀ ରାମ
ବିଶ୍ଵ ପରିବେଶ ଦିବସ
ଶାନ୍ତ ସୁମଧୁର ସୌନ୍ଦର୍ଯ୍ୟ ରେ ପୂର୍ଣ୍ଣ ଅଟଇ ପ୍ରକୃତି ବେଶ,
ସୁନ୍ଦରତା ଦେଖି ଯାଏ ମନ ଲାଖି ମିଳଇ ଆତ୍ମ ସନ୍ତୋଷ ।
ଜଳ ସ୍ଥଳ ଭୂମି ଆକାଶ ଅନଳ ପଞ୍ଚଭୂତେ ଜଡ ଜାତ,
ଚକ୍ଷୁ ନାସା କର୍ଣ୍ଣ ଚର୍ମ ଜିହ୍ୱା ପଞ୍ଚ ଇନ୍ଦ୍ରିୟ ଜୀବ ଜଗତ ।
ସାତରଙ୍ଗୀ ଶାଢ଼ୀ ପିନ୍ଧିଛି ଧରଣୀ ଆକାଶେ ଆଲୋକ ଧାରା,
ସମ୍ପଦ ର ଖଣି ତା ମଧ୍ୟରେ ଅଛି ଶକ୍ତି ସୂର୍ଯ୍ୟ ଚନ୍ଦ୍ର ତାରା ।
ଜଳ ଭାଗ ବାରି ମଣ୍ଡଳ ରେ ଗଣା ସ୍ଥଳ ରେ ଅଶ୍ମ ମଣ୍ଡଳ,
ଗ୍ୟାସୀୟ ପଦାର୍ଥେ ବାୟୁ ମଣ୍ଡଳ ମିଶି ହୁଏ ଜୈବ ମଣ୍ଡଳ ।
ଜୀବ ଜଡ ସହ ଉଦ୍ଭିଦ ଜଗତ ପୃଥିବୀ ମଧ୍ୟରେ ସ୍ଥିତ,
ଖାଦ୍ୟ ଖାଦକର ନୀତି ନିୟମରେ ସମସ୍ତେ ଯେ ଶୃଙ୍ଖଳିତ ।
ଛପନ କୋଟି ସଚରାଚର ଜୀବ ଭାଗବତ ସୁସମ୍ମତ,
ଉଡା ବୁଡା ଚଳ ଅଚଳ ନାମରେ ଚାରି ଭାଗେ ସୁସଜ୍ଜିତ ।
କ୍ଷୁଦ୍ର ଶିଶୁ କଙ୍କି ଠାରୁ ଚିଲ ଯାଏଁ ଉଡା ରେ ଗଣତି ହୁଏ,
ଶିଉଳି ଡଲଫିନ ତାରକା ମାଛ ଆଦି ଜଳେ ବୁଡି ରହେ ।
ଜିଆ ପିପିଲିକା ମାନବ ମର୍କଟ ଚଳାଚଳ ଭୂ-ମଣ୍ଡଳେ,
ଉଦ୍ଭିଦ ଜଗତ ଅଚଳନ୍ତି ସ୍ଥିତ ଶୋଭା ବଢ଼ାଏ ସୁଫଳେ ।
✎✎✍।। ଭୋଳାଶଙ୍କର ସେଠୀ ।। ✍🖊🖉
0 Comments
Thank You For Your Appreciation.