Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Gandhi Jayanti 2nd October: A Tribute to the Father of the Nation The Light of Truth and Non-Violence: Gandhi Jayanti Honoring Bapu: The Man Who Changed the World with Peace

Gandhi Jayanti: A Tribute to the Father of the Nation

ଶଙ୍କା

ଜନ୍ମ ଦିବସର ଶୁଭେଚ୍ଛା ହେ ଗାନ୍ଧୀ! ଦ୍ଵିତୀୟ ଜନ୍ମ ନ ନେବ,
ତୁମରି ସ୍ଵପ୍ନର ଭାରତ ଦୁର୍ଦ୍ଦଶା ନେତ୍ରେ କି ଦେଖେପାରିବ ?
ତୁମ୍ଭରି ପ୍ରତିଷ୍ଠା ଖବର କାଗଜ ଲେଖେ ବକ୍ଷର କନ୍ଦରେ,
ନାରୀ ଅତ୍ୟାଚାର ଶୋଷଣ କଷଣ ବେଦନା ର ଦୁଃଖ ବାରେ !
ମତଦାନ ବେଳେ ଭୋଟ ତୁମ୍ଭର ପାଞ୍ଚଶହରେ ନେବେ କିଣି,
ଦୈନିକ ହିସାବେ ଶତେଇଶ ପଇସା ତୁମେ ନଥିବ ଜାଣି ।

ଦେହ ବହିର୍ଦେଶ ଆଣ୍ଟିଜେନ୍ ନାଶେ, ପ୍ରତିରୋଧ ଆଣ୍ଟିବଡି,
ଅନ୍ତଃ ଶରୀରେ ପ୍ରତିଷେଧ ନଷ୍ଟ ଡାକ୍ଟର ହାତ ଦେବେ ଯୋଡି ।

ଅନଶନ ଏବେ ଯାଇଛି ବଦଳି ନିଏ ରୂପ ଆନ୍ଦୋଳନ
ଟଙ୍କା ମଦ ମାଂସେ ହୁଏ ଅନାହାର ଏ ଭୋକ ପ୍ରତିଫଳନ ।
ତୁମ ରାମରାଜ୍ୟେ ରାମଙ୍କୁ ଦେଖିବ ରାବଣର ଗୁଣ ଧାରୀ
ଅଦୃଶ୍ୟ ମୁଖା ସେ ଛଦ୍ମବେଶ, ହେବ ଦୁଃଖି ନ ଚିହ୍ନିପାରି ।
ରଙ୍କି ଦୁଃଖ ଦେଖି ନ ପାରିବ ରୋକି ଯଦି ତୁମେ ଆସିଯିବ
ଅକାଳ ବିୟୋଗ ଅନଶନେ ହେବ ରାଜନୀତି ନ ହଲିବ ।

ଭୋଳାଶଙ୍କର ସେଠୀ 

Post a Comment

2 Comments

Thank You For Your Appreciation.