Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Education Tree ( ବିଦ୍ୟା ବୃକ୍ଷ )


ବିଦ୍ୟା ବୃକ୍ଷ 



ପରିଶ୍ରମ କରି ଲଗାଇଲି ବୃକ୍ଷ, ବୃକ୍ଷ ର ନାମ ଟି ବିଦ୍ୟା,

ସେ ବୃକ୍ଷ ପାଇଁକି ଗୁରୁ ଭବନ୍ତି ସୂର୍ଯ୍ୟ କିରଣ ର ଶଯ୍ୟା  ।।

ଗୁରୁଙ୍କର ବାଣୀ ତା ପାଇଁକି ପାଣି ଆଦେଶ ଖଣିଜ ଲବଣ,

ମୋର କାର୍ଯ୍ୟ ହେଲେ ଆଲୋକଶ୍ଲେଷଣ ଦରକାର ଅମ୍ଳଜାନ  ।।

ଅମ୍ଳଜାନ ଅଟେ ତାର ପ୍ରାଣ ବାୟୁ ତା ବିନା ମୃତ୍ୟୁ ର ସମାନ,

ଅମ୍ଳଜାନ ରୂପେ ଦେଲେ ଆଶିର୍ବାଦ ସେହି ପ୍ରଭୂ ଭଗବାନ  ।।

ଏହା ସବୁ ମିଶି ହୋଇଲା ପୋଷଣ କରିଲା ବୃକ୍ଷ ଆହରଣ,

ସୂର୍ଯ୍ୟ ରୂପକ ଗୁରୁ ପାଦ ତଳେ ପ୍ରାରମ୍ଭ ହେଲା ତା ଜୀବନ  ।।

ବସନ୍ତ ରୂପକ ପ୍ରି-ଟେଷ୍ଟ ନାମେ ତା ପାଇଁ ଋତୁ ଟେ ଆସିଲା,

ମଳୟ ପବନ ରୂପରେ ପରୀକ୍ଷା ତା ପାଇଁକି ବହି ଗଲା  ।।

ଏଥିରେ ହୋଇଲା ପାଗ ଅନୁକୂଳ ଫୁଟିଲା ସେଥିରେ ଫୁଲ,

ଛଅ ଗୋଟି ଫୁଲ ଫୁଟିଲା ସେଥିରେ ଚାରି ଶହ ପଞ୍ଚାଅଷୀ ମୂଲ  ।।

ଋତୁ ପରେ ଋତୁ ବଦଳି ଗଲା ଟେଷ୍ଟ(Test) ନାମେ ଋତୁ ହେଲା,

 ଏହି ଋତୁରେ ଫୁଲ ରୁ ଫଳ ଧିରେ ଧିରେ ଜାତ ହେଲା  ।।

ଛଅଟି ଫୁଲରୁ ଛଅ ଗୋଟି ଫଳ ଉତ୍ପତ୍ତି ଲାଭ କଲା,

ଏହା ମୂଲ୍ୟ ଚାରି ଶହ ଉଣେଇଶି ଫୁଲ ଠାରୁ କମିଗଲା  ।।

ମୂଲ କମିବାର କାରଣ କହୁଛି ଶୁଣ ଆହେ ସୁଧିଜନ,

କିଛି କାରଣରୁ କାର୍ଯ୍ୟ ଅବହେଳା କମିଲା ଆଲୋକଶ୍ଲେଷଣ  ।।

ଏହି କାରଣରୁ ବୃକ୍ଷ ନ ପାଇଲା ଉପଯୁକ୍ତ ର ପୋଷଣ,

ସେଥିପାଇଁ ବୋଧେ ସଠିକ୍ ନଥିଲା ଫଳ ମାନଙ୍କ ଗଠନ  ।।

ଅନ୍ଧ ଥରେ ସିନା ବାଡି ହଜାଏ ଦୁଇ ଥର କୁ ନୁହେଁ,

ଭୁଲ୍ ରୁ ଠିକ୍ ହୋଇଥାଏ ବୋଲି ବଡ଼ ଲୋକଙ୍କ ବାଣୀ କହେ  ।।

ସମୟ ସ୍ରୋତରେ ସମୟ ଚାଲିଲା ବୋର୍ଡ ଋତୁ ପ୍ରବେଶିଲା,

ଏହି ଋତୁ ରେ ପରିଶ୍ରମ ମଞ୍ଜି ବାସ୍ତବ ରେ ପାକଳିଲା  ।।

ପ୍ରତ୍ୟେକ ଫଳରେ ଦୁଇଗୋଟି ମଞ୍ଜି Sub-Obj  ନାମରେ,

ଛଅ ଟି ଫଳରେ ବାର ଗୋଟି ମଞ୍ଜି ମୂଲ୍ୟ କୁ ହିସାବ କରରେ  ।।

ଓଡ଼ିଆ-Object ନାମରେ ବୀଜଟି ତା ମୂଲ ଅଠଚାଳିଶି,

ଓଡ଼ିଆ-Subject ପଞ୍ଚତିରିଶି ତେୟାଅଶି ହୁଏ ମିଶି  ।।

ଅନ୍ୟ ଏକ ବୀଜ Obj-ଇଁରାଜୀ ମୂଲ୍ୟ ରେ ପଞ୍ଚତିରିଶି,

Sub-ଇଁରାଜୀ ଚଉତିରିଶି ଫଳର ନାମ ବିଦେଶୀ  ।।

ଫଳ ର ନାମ ଅଟେ ସଂସ୍କୃତ Object ଚାଳିଶି ଛଅ,

Subject ର ରାଶି ଚାଳିଶି ଆଠ ମିଶି କେତେ ହେବ କହ ?

ଦୁଇ କୋଡ଼ି ସାତ Object-ଗଣିତ  Subject ପଞ୍ଚ ଚାଳିଶି,

ଚାରି କୋଡ଼ି ଦଶ ଦୁଇ ଟି ମୋଟ ଆଠ ରହିଯାଏ ବାକି  ।।

ଦୁଇ କୋଡ଼ି ରୁ ପାଞ୍ଚ କମ ବିଜ୍ଞାନ Object ତା ସମ,

ତିରିଶି ଛଅ Subject-ବିଜ୍ଞାନ ଏହା ହେଲା ମୋ ବିହନ  ।।

ଫଳ ନାମ ସାଧାରଣ ବିଜ୍ଞାନ, ବିଜ୍ଞାନ ସମ ମୂଲ ତା'ର,

ଏ ବିଦ୍ୟା ବୃକ୍ଷର ମାଲିକ ର ନାମ ଅଟେଇ ଭୋଳାଶଙ୍କର  ।।

  ✎✎✍।।   ଭୋଳାଶଙ୍କର ସେଠୀ   ।। ✍🖊🖉

                       🙏🙏🙏ଧନ୍ୟବାଦ 🙏🙏🙏

Hint(ସୂଚନା):-

                          Object.     Subject.      Total

ଓଡ଼ିଆ                     48                35            83

ଇଂରାଜୀ                  35                34            69

ସଂସ୍କୃତ                    46                48            94

ଗଣିତ                      47                45            92

ବିଜ୍ଞାନ                     35                36             71

ସାଧାରଣ ବିଜ୍ଞାନ        35                36            71




Post a Comment

0 Comments