Subscribe ( YouTube)

Members

The Truth(ସତ୍ୟ), ସତ ଓ ମିଛ, #Gandhi Sword of Gandhiji

ଶ୍ରୀ ରାମ

ସତ ଓ ମିଛ


ସମସ୍ତେ ଜାଣନ୍ତି ଯେ ଗାନ୍ଧୀଜୀଙ୍କର ମୁଖ୍ୟ ଅସ୍ତ୍ର ଥିଲା ସତ୍ୟାଗ୍ରହ ଅର୍ଥାତ୍ ସତ୍ୟ ପ୍ରତି ଆଗ୍ରହ । ସେ ଥିଲେ ସତ୍ୟ ର ସାରଥି । ଯେଉଁଠି ସତ୍ୟ ରହିଥାଏ ସେଠାରେ ବିଜୟ ସୁନିଶ୍ଚିତ ସେଥିରେ ସନ୍ଧେହ ନାହିଁ । କିନ୍ତୁ ସଥ୍ୟ କୁ ସାମ୍ନା କରିବା ସହଜ ନୁହେଁ । ଶୁଣାଯାଏ ବର୍ତ୍ତମାନର ଦୁନିଆଁରେ ସତ୍ୟ ପାଇଁ ଜାଗା ନାହିଁ । କିନ୍ତୁ ସତ୍ୟ ବିନା ସୃଷ୍ଟି ସମ୍ଭବ ନୁହେଁ । ସତ୍ୟ ରହିଥିଲା, ରହିଛି, ରହିବ ମଧ୍ୟ ଏହାର ବିନାଶ ନାହିଁ ।  ସତ୍ୟର ସୂର୍ଯ୍ୟ କୁ ମିଥ୍ୟା ର ବାଦଲ ଘୋଡାଇ ରଖିପାରେ କିନ୍ତୁ ଏହା କ୍ଷଣସ୍ଥାଇ । ଯେପରି ସୂର୍ଯ୍ୟର ଅନ୍ତ ନାହିଁ,  ସତ୍ୟର ମଧ୍ୟ ବିନାଶ ନାହିଁ । ସୂର୍ଯ୍ୟର ଆଲୋକ ଆସିବ ସେଥିରେ ସତ୍ୟତା ରହିଛି ହୁଏତ ଏହା ବେଳେବେଳେ କିଛି ସମୟ ନେଇଥାଏ କିନ୍ତୁ ମିଥ୍ୟାର ବାଦଲ ଯେ ସବୁବେଳେ ସତ୍ୟର ସୂର୍ଯ୍ୟକୁ ଘୋଡାଇ ପାରିବ ସେଥିରେ ସତ୍ୟତା ନାହିଁ । ମିଥ୍ୟାର ଆଶ୍ରୟ ନେବା ସହଜ କିନ୍ତୁ ବିଫଳ ପ୍ରଦ ଅଟେ । ସତ୍ୟକୁ ସାମ୍ନା କରିବା କଷ୍ଟକର, ଯାହା ସବୁବେଳେ ଚିରଞ୍ଜିବୀ ଓ ବିଜୟ ସୁନିଶ୍ଚିତ ଅଟେ । 
ଯେତେବେଳେ ସତ୍ୟ କୁ ଅପଣାଇବାକୁ ଚେଷ୍ଟା କରିବେ ସମ୍ପର୍କ ଛିନ୍ନ ହେବାକୁ ଲାଗିବ କିନ୍ତୁ ଯେଉଁ ସମ୍ପର୍କ ଚ୍ଛିନ୍ନ ନ ହୋଇ ରହିବ ସେଥିରେ ଟିକିଏ ମଧ୍ୟ ଚାଳନା ନ ଥିବ, ଅର୍ଥାତ୍ ସମ୍ପର୍କର ଶୁଦ୍ଧତା ବଢିଯିବ । ମିଥ୍ୟା ସମ୍ପର୍କ ସତ୍ୟର ପାଖ ମାଡି ପାରେନା । ସତ୍ୟ ସବୁବେଳେ ମିଥ୍ୟାକୁ ଜାଳି ପାଉଁଶ କରିଦିଏ । ତେଣୁ ମିଥ୍ୟା ସଦାସର୍ବଦା ସଥ୍ୟ ଠାରୁ ଦୂରେଇ ରହିଥାଏ । ସତ୍ୟ ଆଲୋକ ଠାରୁ ପ୍ରଜ୍ଜ୍ଵଳମୟ, ଅଗ୍ନି ଠାରୁ ଉତ୍ତପ୍ତ, ଖଡଗ ର ଧାର ଠାରୁ ଧାରୁଆ ଓ ମିଥ୍ୟାର ଶକ୍ତି ଠାରୁ ବହୁ ଗୁଣ ସଶକ୍ତ ଅଟେ । 

।।  ଧନ୍ୟବାଦ   ।।



Post a Comment

0 Comments