ଶ୍ରୀ ରାମ
ଦ୍ଵନ୍ଦ
ସେ ମଣିଷର ଦ୍ଵନ୍ଦ, ସମାଜରେ ସୃଷ୍ଟି
ହୋଇଥିବା ପ୍ରହେଳିକା, ଭୟ, ମନର ଶଙ୍କା, ଭାଇରସ୍ ଜନିତ ରୋଗ, ପ୍ରକୃତିର ଅଭିଶାପ, ରାଜନୀତି ର
ତୋପ କିମ୍ବା କୌଣସି ଅଦୃଶ୍ୟ ଶକ୍ତି ଯାହା ମାନବର କାର୍ଯ୍ୟ ଓ ଧୌର୍ଯ୍ୟ ଉପରେ ପ୍ରଭାବ ପକାଏ । ତେବେ ଏଇ “କୋରୋନା” କ'ଣ ହୋଇପାରେ ?
ହଁ ଏହା ଭିନ୍ନ ଭିନ୍ନ ମତଦାତାଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ ଏବଂ କିଛି ଏପରି
ଲୋକ ବା ଗୋଷ୍ଠୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦୂରଦର୍ଶନ ଖବର ପ୍ରସାରଣର
ସଂସ୍ପର୍ଶରେ ନ ଆସିପାରି ସେହିମାନଙ୍କ କର୍ଣ୍ଣ “କୋରୋନା” ଶବ୍ଦ କୁ ଶୁଣି ନଥାଇପାରେ । ଏତଦ
ବ୍ୟତୀତ ଆମ ସମାଜ ଯେହେତୁ ଶକ୍ତି କୁ ଭଗବାନ ର ଆଖ୍ୟା ଦେଉଛି ତେଣୁ କିଛି ସାମାଜିକ ଲୋକ କୋରୋନା
କୁ ଭଗବାନ ଆସନରେ ବସାଇ ପୂଜା ଅର୍ଚନା ମଧ୍ୟ ଆରମ୍ଭ କରିଦେଲେଣି । ସେ କୋରୋନା ଯାହା ହେଉଛି ହେଉ
କିନ୍ତୁ ଲୋକମାନଙ୍କର ନାନାବିଧ ଚିନ୍ତାଧାରା, ଭାବନା, ଓ ତୁଣ୍ଡ ବାଇଦ ସଂପ୍ରସାରଣ ଦ୍ଵାରା
ଏହିପରି ଏକାଧିକ ରୂପର ଉତ୍ପତ୍ତି ହୋଇଛି ।
ସମାଜରେ ନୂତନ ର ଆଗମନ କିଛି ନୂଆଁ କଥା ନୁହେଁ
। ଯାହା କୌଣସି ମଧ୍ୟ ସମାଜରେ ନୂତନ
ରୂପରେ ସୃଷ୍ଟି ହୋଇଥାଏ ତାହା ପ୍ରଥମ ଅବସ୍ଥାରେ ଆଶ୍ଚର୍ଯ୍ୟ ବା ଦ୍ଵନ୍ଦ ରୂପରେ ପ୍ରତୀୟମାନ ହୋଇଥାଏ
ପରେ ଏହିପରି ଅନେକ ଅଜଣା ନାମରେ ନାମିତ ହୋଇଥାଏ ଏବଂ ପରିଶେଷରେ ସିଦ୍ଧାନ୍ତରେ ପରିବର୍ତ୍ତିତ ହୋଇ ଏକ ନିର୍ଦ୍ଧିଷ୍ଟ ରୂପ
ଗ୍ରହଣ କରେ । କୋରୋନା
ମଧ୍ୟ ଆମ୍ଭମାନଙ୍କ ପାଇଁ ସେହିପରି ଅଟେ । ବର୍ତ୍ତମାନ
ଆମେ ମଧ୍ୟ ଭାଗରେ ଅଛନ୍ତି ଯାହା ସବୁବେଳେ ଜଟିଳତା ପୂର୍ଣ୍ଣ ଅଟେ । ଆମେମାନେ ଭବିଷ୍ୟତ ବା ଶେଷ ପର୍ଯ୍ୟାୟ ବିଷୟରେ ଅଜ୍ଞ ଅଟନ୍ତି । ତେଣୁ ଶେଷ
ପର୍ଯ୍ୟାୟକୁ ଜାଣିବାପାଇଁ
ହେଲେ ସମୟ ର ଅପେକ୍ଷା ଓ ବର୍ତ୍ତମାନର ସତର୍କତାର ଆବଶ୍ୟକତା ରହିଛି ।


0 Comments
📩 Give Your Precious Comments before You Leave. (Put your Name before comment.)