ଆମ ଦେଶକୁ ଚଳାଇବା ପାଇଁ Parliament (ପାର୍ଲିଆମେଣ୍ଟ) ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଦେଶରେ ନୀତିନିୟମ ର ପରିଚାଳନା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୂଖ୍ୟତଃ ତିନୋଟି ଅଙ୍ଗ ରହିଛି । ଯଥା:-
- ଲୋକସଭା
- ରାଜ୍ୟସଭା
- ରାଷ୍ଟ୍ରପତି
ଠିକ୍ ସେହିପରି ଆମ ଜୀବନର ନୀତିନିୟମ କୁ ପରିଚାଳନା କରିବା ପାଇଁ ଆମ ଶରୀରର ତିନୋଟି ଅଙ୍ଗ କାର୍ଯ୍ୟରତ । ଯଥା:-
- ମୁଖ(ପାଟି)
- ମସ୍ତିଷ୍କ
- ହୃଦୟ
ତେବେ ଏଠାରେ ଜାଣିବାର ବିଷୟ ହେଉଛି:-
ଯେତେବେଳେ ମଧ୍ୟ ଦେଶରେ କୌଣସି ନୂଆଁ ନିୟମ କାର୍ଯ୍ୟକାରୀ କରିବା ପାଇଁ ହେଲେ ପ୍ରଥମେ ଡ୍ରାଫ୍ଟ(Draft) ପ୍ରସ୍ତୁତ କରାଯାଏ ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅସ୍ଥାୟୀ ଅଟେ ଅର୍ଥାତ୍ ଏହା ସ୍ଥିର ନୁହେଁ । ଏହା କେବଳ ଏକ ଆଗତ ପ୍ରସ୍ତାବ । ଡ୍ରାଫ୍ଟ ଯେତେବେଳେ ପାର୍ଲିଆମେଣ୍ଟ ର ଉଭୟ ଗୃହ ଦ୍ଵାରା ସ୍ଵିକୃତି ପ୍ରାପ୍ତ ହୋଇଥାଏ ତାହାକୁ Bill(ଚିଠା) କୁହାଯାଏ। ଚିଠା ରେ ରାଷ୍ଟ୍ରପତି ଙ୍କ ସ୍ଵିକୃତି ପାଇ ଦସ୍ତଖତ ସ୍ଥାନ ପାଇଲେ ତାହା Act(କାର୍ଯ୍ୟ) ରେ ପରିଣତ ହୋଇଥାଏ । ଯାହା ସବୁସମୟରେ ସ୍ଥିର ଅଟେ ।
ତେବେ କୌତୁହଳ ଏହା ଯେ ଆମର ଶରୀର କାର୍ଯ୍ୟ ମଧ୍ୟ ଏହା ସହ ସମାନ । ଆମ ମୁଖ ନିଃସୃତ ବାଣୀ କୁ ସାଧାରଣ ଉକ୍ତି କୁହାଯାଏ । ଯେଉଁ ଉକ୍ତି ମସ୍ତିଷ୍କର ଭାବ ସହ ଛାଣି ହୋଇ ଆସିଥାଏ ତାହାକୁ ଭାବନା ଯୁକ୍ତ ଉକ୍ତି କୁହାଯାଏ । କିନ୍ତୁ ଯେଉଁ ଉକ୍ତି ନିଜସ୍ଵ ହୃଦୟ ସ୍ଵିକୃତି ପ୍ରାପ୍ତ ହୋଇଥାଏ ତାହାକୁ ସମ୍ମତି ଜନକ ଉକ୍ତି କୁହାଯାଏ ତେବେ ଏହା ସମ୍ପୂର୍ଣ୍ଣ ରୂପେ ସ୍ଥିର ଅଟେ । କାରଣ ଏହା ନିଜସ୍ଵ ସମ୍ମତିରେ ହୋଇଥାଏ ।
✒️✏️✍️Bholasankar Sethi✍️🖊️🖋️
0 Comments
Thank You For Your Appreciation.