Subscribe ( YouTube)

Members

The Perimeter of Success Mahatma Gandhi (ସଫଳତା ର ପରିଧି ଗାନ୍ଧୀଜୀ), ଗାନ୍ଧିଙ୍କ ସଫଳତା

 

ଗାନ୍ଧିଙ୍କ ସଫଳତା

           ଭାରତର କୋଣ ଅନୁକୋଣ, ଗଳି କନ୍ଦି, ବସ୍ତି, ଗ୍ରାମ, ସହର ଏପରି କୌଣସି ଜାଗା ନାହିଁ ଯେଉଁଠାରେ ମହାତ୍ମା ଗାନ୍ଧୀ ପରିଚିତ ନୁହନ୍ତି । ଜନ୍ମ ହେବା ଛୁଆ ଠାରୁ ଆରମ୍ଭ କରି ମୃତ୍ଯୁ ମୁଖରେ ପଡିଥିବା ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ନାମକୁ ମାନେ ନ ରଖିପାରିଲେ ମଧ୍ୟ ତାଙ୍କ ଚେହେରାକୁ କିନ୍ତୁ ଚିହ୍ନି ପାରୁଥିବେ । ଅତି କମ୍ ରେ ଶିଶୁର ଏକୋଇଶିଆ ରେ ତା ହାତରେ ଯେବେ ଭାରତୀୟ ମୁଦ୍ରାକୁ ଭେଟି ରୂପରେ ସମ୍ପର୍କୀୟ ମାନେ ଦିଅନ୍ତି, ସେ ଥରଟିଏ ହେଲେ ସେ ନାଟ୍ ରେ ଗାନ୍ଧୀଜୀଙ୍କ ମୁଖକୁ ଦେଖି ହସିଥିବ । ଏହା ହେଉଛି ଗାନ୍ଧୀଜୀ କରି ଯାଇଥିବା କର୍ମ ର ସଫଳତା । ଯଦି ଏହାଠାରୁ ଅଧିକ ଦେଖିବା ଗାନ୍ଧୀଜୀ ଯେଉଁସବୁ ନୀତିନିୟମକୁ ଶିଖାଇ ଯାଇ ଥିଲେ, ତେବେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଜନସଂଖ୍ୟାର ପ୍ରାୟ ଅଧା ଲୋକ ଭୁଲିନଥିବେ ସେହି ନୀତିନିୟମକୁ । କାରଣ ଗାନ୍ଧୀଜୀ ଇଂଲଣ୍ଡ ରେ ହିଁ ଆଇନ ଶିକ୍ଷା ଗ୍ରହଣ କରି ସେମାନଙ୍କୁ ଭଲଭାବରେ ପଢାଇ ଦେଇଥିଲେ । ତେବେ ଏତେ ଶୀଘ୍ର ଭୁଲିବେ କିପରି? କିନ୍ତୁ ଏହି ଦୁଇ ଦେଶ ଓ ଦକ୍ଷିଣ ଆଫ୍ରିକା ପରି କିଛି ଦେଶକୁ ବାଦ୍ ଦେଲେ ଅନ୍ୟ ଦେଶ ମାନଙ୍କରେ ଗାନ୍ଧୀଜୀ ଅଧିକ ପରିଚିତ ନୁହନ୍ତି । ଏହାର କାରଣ ଗାନ୍ଧୀଜୀଙ୍କ ଜୀବନ କାଳ ଭିତରେ ତାଙ୍କର କାର୍ଯ୍ୟର ପ୍ରଭାବରେ ସେହି ଦେଶମାନ କୌଣସି ପ୍ରକାରରେ ପ୍ରଭାବିତ ହୋଇପାରି ନାହାନ୍ତି । କିନ୍ତୁ ସେହି ଦେଶ ଗୁଡିକରେ ମଧ୍ୟ ଅନ୍ୟ ବ୍ୟକ୍ତି ଗଣ ସଫଳତା ହାସଲ କରିପାରିଛନ୍ତି ଯେଉଁମାନେ କି ଆମର ଏଠାରେ ପରିଚିତ ନୁହନ୍ତି । ଯେପରି 

             ଅର୍ଥାତ୍ ଏଠାରେ ଆମେ କହିପାରିବା ଯେ ସଫଳତାର ଏକ ପରିଧି ରହିଥାଏ । ଯେଉଁ ବ୍ଯକ୍ତିର ସଫଳତାର ପରିଧି ଯେତେ ଅଧିକ ହୋଇଥାଏ ସେ ସେତେ ଅଧିକ ପରିଚିତ ହୋଇଥାଏ ।

✒️✏️✍️ଭୋଳାଶଙ୍କର ସେଠୀ✍️🖋️🖊️

You can know more about Gandhiji from here👇

The Truth

My previous post

Post a Comment

0 Comments