ଉଚ୍ଚ ବ୍ରାହ୍ମଣ ଉଚ୍ଚ ନିତି,
ଦକ୍ଷିଣା ରେ କେବେ ନୁହଁନ୍ତି ଶାନ୍ତି ।
ଗଣ୍ଠିଲି ରେ ସଦା ପକାନ୍ତି ଗଣ୍ଠି,
ମୁଖରେ ମନ୍ତ୍ର ହାତରେ ଘଣ୍ଟି ।
ସମାଜ ଦିଅଇ ତାଙ୍କୁ ସମ୍ମାନ,
ମନେ ମନେ ରଜା ନୀତି ବେନାମ ।
ଲୋକ ଭାବନାରେ ସେ ଦେବ ସମାନ,
କାର୍ଯ୍ୟ ଅନୁସାରେ ପାଆନ୍ତି ମାନ ।
ଜାତକ ଦେଖି କହିଥାନ୍ତି ଭବିଷ୍ୟତ,
ଲୋଭ ଛାଡ଼େ ନାହିଁ ଏହା ପ୍ରକୃତି ଗତ ।
ଏକାଧିକ କାର୍ଯ୍ୟ ଥିଲେ ଚଞ୍ଚଳ,
ଦେଖା ଦିଅନ୍ତିନି ବେଳ ଉଛୁର ।
ଉଚ୍ଚ ନୀଚ୍ଚ ଜାତି ଭେଦ ବିଭେଦ,
ତାଙ୍କ ମୁଖ ଉଚ୍ଚାରଣ ଅଟଇ ବେଦ ।
✒️✏️✍️ ଭୋଳାଶଙ୍କର ସେଠୀ ✍️🖋️ 🖊️
0 Comments
Thank You For Your Appreciation.