Followers

Srusti o surakshya ସୃଷ୍ଟି ଓ ସୁରକ୍ଷା

ସୃଷ୍ଟି ଓ ସୁରକ୍ଷା

କୃଷକର କ୍ଷେତ ରେ ଉଭୟ ଫସଲ ଓ ତାହା ସହ ଘାସ ମଧ୍ୟ ଉଠି ଥାଏ । ପ୍ରାଥମିକ ସ୍ତରରେ ଫସଲ ଅପେକ୍ଷା ଘାସ ର ପରିମାପ ଅଧିକ ରହିଥାଏ ଯେଉଁ ଅବସ୍ତାରେ ଘାସ ଅପେକ୍ଷା ଫସଲର ଅଭିବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ । କିନ୍ତୁ ସେହି ବାଧାର ଶିକାର ବଶବର୍ତ୍ତୀ ହୋଇ ଫସଲ କେବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ନାହିଁ ବରଂ ସମୟ ଅନୁସାରେ ବାଧକ ଘାସ ଫସଲର ରାସ୍ତାରୁ ଆପେ ଆପେ ହଟି ଯାଇ ଲୋପ ପାଇଯାଏ ।

“ମାନବ ଯେବେ ଫସଲ ସାଜି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରେ ସମସ୍ଯା ରୂପକ ଘାସ ଚଲାପଥରେ ସ୍ବତଃ ପ୍ରବୃତ୍ତ ଭାବେ ଜନ୍ମ ନିଏ । କିନ୍ତୁ ସମୟ ସ୍ରୋତରେ ସମସ୍ଯା ମଧ୍ୟ ତୃଣ ପରି ଲୋପ ପାଇଯାଏ ।”

କ୍ଷେତରେ ଉଠିଥିବା ଫସଲର ସୁରକ୍ଷା ପାଇଁ କୃଷକ ଜଗି ରହିଥାଏ କିନ୍ତୁ ଘାସ ପାଇଁ ନୁହେଁ । ଠିକ୍ ସେହିପରି ମାନବର କର୍ମ କୁ ସୁରକ୍ଷା ଦେବା ପାଇଁ ଭଗବାନ ରହିଛନ୍ତି ତେଣୁ ବାଧକ ର ବିଲୋପ ସୁନିଶ୍ଚିତ ଅଟେ ।


Post a Comment

0 Comments