ଗୁରୁ ଦିବସ
ଜୀବନ ଜ୍ଞାନ ଅର୍ଜନ ର ଏକ ଅନବରତ ପ୍ରକ୍ରିୟା । ଏହି ପ୍ରକ୍ରିୟା ରେ ଜୀବନ ବ୍ୟାପି ଯେଉଁ ଜ୍ଞାନ ଆହରଣ କରାଯାଏ ସେହି ସମସ୍ତ ଜ୍ଞାନ କୁ ସମ୍ପୁର୍ଣ୍ଣ ଭାବେ ମନେ ରଖିବା କେବେ ମଧ୍ୟ ସମ୍ଭବ ନୁହେଁ । କିନ୍ତୁ ଖୁସି ର ବିଷୟ ଏହା ଯେ ଆଜି ପରି ପବିତ୍ର ଗୁରୁ ଦିବସ ଅବସରରେ ମୁଁ ଯେଉଁ ଜ୍ଞାନ ଆହରଣ ର ସୁଯୋଗ ପାଇ ପାରିଛି ସେହି ଜ୍ଞାନ ମୁଁ ମୋ ଜୀବନର ଶେଷ ନିଃଶ୍ୱାସ ଯାଏଁ କେବେ ମଧ୍ୟ ଭୁଲି ପାରିବି ନାହିଁ । ଅବଶ୍ୟ ସେହି ଜ୍ଞାନ ର ଅଧିକାରୀ ହେବା ପାଇଁ ଆଜିର ସାରା ଦିନର ସମୟ ଲାଗିଥିଲା । ତେଣୁ ମନେ ହୁଏ ଏହି ଦିନ ମୋ ଜୀବନରେ ଏକ ଅବିସ୍ମରଣୀୟ ହୋଇ ରହିବ । ଏତଦ୍ ବ୍ୟତୀତ ମୋ ଭବିଷ୍ୟତ ପାଇଁ ଏହା ଏକ ପ୍ରାକ୍ ପ୍ରସ୍ତୁତି ର ସହାୟକ ସ୍ତମ୍ଭ ହୋଇ ଛିଡ଼ା ହେବ । ମୁଁ ସୁନିଶ୍ଚିତ ହୋଇ କହି ପାରିବି ଯେ ଏହା କେବଳ ମୋର ସମସ୍ତ ଗୁରୁ ଓ ବୟୋଜ୍ୟେଷ୍ଠ ଗୁରୁଜନ ମାନଙ୍କ ଆଶିର୍ବାଦ ଓ ଭଲପାଇବା ପାଇଁ ସମ୍ଭବ ହୋଇ ପାରିଛି ।
ପରିଶେଷରେ କେବଳ ସମସ୍ତ ଗୁରୁ ଓ ଗୁରୁଜନ ଙ୍କ ପାଦରେ ନତମସ୍ତକ ହୋଇ ପ୍ରଣାମ ଜଣାଉଛି ଏବଂ ସମସ୍ତେ ମୋର ଏଇ ଛୋଟିଆ ଜୀବନରେ ଏକ ଛୋଟ ସମୟର ଭୂମିକା ଗ୍ରହଣ କରିଥିବାରୁ ସମସ୍ତ ଙ୍କ ଠାରେ ମୁଁ କୃତଜ୍ଞ ଓ ଧନ୍ୟବାଦ ଜଣାଉଛି ।
🙏🙏🙏
0 Comments
Thank You For Your Appreciation.