[ ଗନେଟ ]
ନାରୀ ମନ ପ୍ରଶ୍ନ
କୁମାରୀ ଙ୍କ ପାଇଁ କୁମାରପୂର୍ଣିମା, କୁମାର ମିଳିବା ପାଇଁ,
କୁମାର ଖେଳନ୍ତି ଜୁଆ ଖେଳ ଆଜି, କୁମାରୀ କୁ ଭୁଲି ଯାଇ ।
ମନୁ ଭୁଲାଇ ନିଜ ସ୍ତ୍ରୀ କୁମାରୀ ଙ୍କୁ, ସେ ପଞ୍ଚୁପାଣ୍ଡବ ଭାଈ,
ଜୁଆ ଖେଳେ ମଗ୍ନ ବୁଦ୍ଧି ହେଲା ଭଗ୍ନ, ଦ୍ରୌପଦୀ ବନ୍ଧକ ଦେଇ ।
ଯୁଦ୍ଧ ପାଇଁ କୁସ୍ତି ଭୁଲ୍ ପାଇଁ ଶାସ୍ତି, କେହି ନ ପାଇଛି ତ୍ରାହି,
ନାରୀ ଅପରାଧେ ତ୍ରୟୋଦଶ ବର୍ଷ, ଗଲେ ବନବାସୀ ହୋଇ ।
ନାରୀ ଅତ୍ୟାଚାର କରିବାକୁ ନର, ପଛ ଘୁଞ୍ଚା ନ ଦିଅଇ,
ଜେଲ୍ ଦଣ୍ଡ ଭୋଗ ନୁହେଁ ସମାଧାନ, ଫାଶୀ ହେଉ ନାହିଁ କାହିଁ ?
ନାରୀ ପାଇଁ ନର ବିଧି ଗଢ଼ିଛନ୍ତି, ବଦଳି ପାରିବ ନାହିଁ,
ଏହି ବିଶ୍ବାସ ରେ ଶୁଭ ମନାସନ୍ତି, ହୃଦୟ ପୁରୁଷ ପାଇଁ ।
ହୃଦୟ ପୁରୁଷ ଅଜଣା ହେଲେବି, ଯିବ ଦିନେ ଦେଖା ହୋଇ,
କୋମଳ ମନରେ ନାରୀ ଭାବୁଥାଇ, ସଂସାର ପୂର୍ଣ୍ଣତା ଏହି ।
ନାରୀ ପାଇଁ ନର ଓଷା କରିଛି କି ? ପ୍ରଶ୍ନ ଏ ସଂସାର ପାଇଁ,
ନାରୀ ର ମନରେ ଉଙ୍କି ମାରୁଥିବ, ଏ ପକ୍ଷପାତିତା କାହିଁ ?
0 Comments
Thank You For Your Appreciation.