ମାତୃଶକ୍ତି ଓ ମାତୃପ୍ରେମ |
ମାତୃତ୍ଵର ସ୍ନେହ ମାତୃଭୂମି ପ୍ରେମ
କେମନ୍ତ ଭୁଲିବି ମୁହିଁ ,
ମନର ଭାବକୁ ପ୍ରକାଶ କରଇ
ମାତୃଭାଷା ଜ୍ଞାନ ନେଇ ।
ଥିଲେ ଭକ୍ତି ଭାବ କଲେ ସତ୍ କର୍ମ
ବିଭୁ କୃପା ମିଳୁଥାଇ,
ମାତୃ ଆଶୀର୍ବାଦ ପାଖେ ରହି ଥିଲେ
କାର୍ଯ୍ୟେ ସଫଳତା ହୋଇ ।
ମାତୃ ପଣତରେ ପଡ଼ିଥିଲେ ଶୋଇ
ଶମନ ରଶି ଛିଡଇ,
ମାତୃକୋଳ ଶ୍ରେଷ୍ଠ ଅଭେଦ ପ୍ରକୋଷ୍ଠ
ମୃତ୍ଯୁ ସ୍ପର୍ଶ ନ କରଇ ।
ମାତୃ ପାଦ ଧୂଳି ଦେଲେ ମୁଣ୍ଡେ ବୋଳି
ଇନ୍ଦ୍ର ବଜ୍ର ନ କାଟଇ,
ମାତୃ ଆଜ୍ଞାକାରୀ ଗଲେ ଯୁଦ୍ଧ କରି
କେବେ ହାର ନ ମାନଇ ।
ଜନ୍ମ ଯଦି ଅଛି ମୃତ୍ଯୁ ସୁନିଶ୍ଚିତ
କେ ଅବା ରୋକି ପାରଇ,
ମାତୃ ଭୂମି ଲାଗି ପ୍ରାଣ ଉତ୍ସର୍ଗିଲେ
ଶହୀଦ ଉପାଧି ପାଇ ।
ମାତୃ ଭୂମି ମାତୃ ଭାଷାରେ ମମତା
ଗଙ୍ଗାଧର ଥିଲେ ପାଇ,
ସ୍ଵର୍ଗାଦପି ପୁଣି ଗରୀୟସୀ ବୋଲି
କବି ଗଣ ଗଲେ କହି ।
ସ୍ନେହ ଶ୍ରଦ୍ଧ। କଥା ମାଆ ର ମମତା
ମାତୃତ୍ଵ ମହିମା ଏହି,
ନିଜକୁ ମଣିବା ସୁଯୋଗ୍ୟ ସନ୍ତାନ
ମାତୃ ଭକ୍ତି ମାନେ ଥୋଇ ।
✏️✒️✍️ଭୋଳାଶଙ୍କର ସେଠୀ✍️🖋️🖊️
0 Comments
Thank You For Your Appreciation.