Subscribe ( YouTube)

Members

କମ୍ପ୍ୟୁଟର #Computer, Advantages and disadvantages of computer, #hardware #software #CPU

 👨‍💻କମ୍ପ୍ୟୁଟର👩‍💻

💻Day - 1💻
ଦିଆ ନିଆ ର ଯେ ଯନ୍ତ୍ର ଅଟେ ସିଏ
ନାମ ଅଟେ କମ୍ପ୍ୟୁଟର,
ନିଅଇ ଆଦେଶ ଦିଅଇ ବିଶେଷ
ଫଳାଫଳ ତୁରନ୍ତର ।
ହାର୍ଡୱେର ହୁଏ ବାହ୍ୟ ଅଙ୍ଗ ତା'ର
ସଫ୍ଟୱେର ଅଭ୍ୟନ୍ତର,
ଦୁଇଟି ଅଙ୍ଗ ର ମିଳନ ରେ ହୁଏ
ସମସ୍ତ ପ୍ରକ୍ରିୟା ତା'ର ।
ଆଧୁନିକତା ର ସହାୟତା ନେଇ
ବିଶ୍ଵ ରେ ବିସ୍ତୃତି କର,
ଲକ୍ଷେ ଭଲ ଗୁଣ ଥିଲେ କି ହୋଇବ
ହୁଏନି ଖରାପ ଦୂର ।
🖥️🖥️🖥️

💻Day - 2💻
ଆନାଲିଟିକାଲ୍ ଇଞ୍ଜିନ୍ ନାମରେ
ପ୍ରଥମରେ ଆବିଷ୍କାର,
ଚାର୍ଲସ୍ ବାବେଜ୍ ହାତେ ଗଢ଼ି ଥିଲେ
ଜନ୍ମ ଦାତା କମ୍ପ୍ୟୁଟର ।
ସି.ପି.ୟୁ. ମସ୍ତିଷ୍କ ମାଉସ୍ କି ବୋର୍ଡ
ତା ପାଇଁ କି ରିସିଭର,
ପ୍ରକ୍ରିୟାକରଣ କରି ଦେଇ ଥାଏ
ମନିଟର ଓ ପ୍ରିଣ୍ଟର ।
ଶୂନ ଏକ ଅଟେ ବାଇନାରୀ ଅଙ୍କ
ଗଢେ କୋଷ ଶରୀରର,
ହାର୍ଡ ଡିସ୍କ ସ୍ମୃତି ସାଥେ ସ୍ନାୟୁ ତନ୍ତ୍ର
ଯୋଗ ବୈଦ୍ୟୁତିକ ତାର ।
🖥️🖥️🖥️

💻Day - 3💻
ତଥ୍ୟ ସୂଚନାକୁ ସାଇତି ରଖଇ
ନିଜ ମସ୍ତିଷ୍କ ଭିତରେ,
ଭୁଲା ଅଭୁଲା ର ସ୍ମୃତି ଶକ୍ତି ହୁଏ
ରାମ୍ ରୋମ୍ ଅନୁସାରେ ।
ଜାଭା ପାଇଥନ ସି ପ୍ଲସ୍ ସୁଇଫ୍ଟ
ଯନ୍ତ୍ର ଭାଷା ବୁଝିପାରେ,
କ୍ୟାମେରା ର ଆଖି ପାରେ ସବୁ ଦେଖି
ବିନା ମୁଖେ କହିପାରେ ।
ଦୃଷ୍ଟି ନୁହେଁ ସେ ତ ଦିବ୍ୟ ଦୃଷ୍ଟି ପରି
ବିଶ୍ଵ ନିରୀକ୍ଷଣ କରେ,
ଗଣନା କ୍ଷେତ୍ରରେ ଅଟେ ଧୁରନ୍ଧର
ନିମିଷକେ ଦେଇପାରେ ।
🖥️🖥️🖥️

Post a Comment

0 Comments