ମନ ଭୁତ
ଭୁତ ଭୟଭୀତ ଭୀତ ଏ ଜଗତ
ମନ ଭ୍ରମ ରୁ ଏ ଜାତ,
ଲୋଭ ମିଥ୍ୟା ମାୟା ଅସାଧୁ କାର୍ଯ୍ୟର
ଅଟଇ ସ୍ପଷ୍ଟ ସଂକେତ ।
ମନ ମଧ୍ୟେ ଡ଼ର କରେ ଯେବେ ଘର
ସୁଖ ଶାନ୍ତି କାହିଁ ହେବ,
ଭାଗ୍ୟ କେତେ ଭଲ ହେଲେ ହୋଇଥିବ
ଦଇବ ଭଗାରି ହେବ ।
ମିଥ୍ୟା ଯେବେ ଯିବ ମନରୁ ବଦଳି
ସତ୍ୟତା ଆସିବ ଫେରି,
ମନ ଭୁତ ପାଇଁ ସତ ହିଁ କବଚ
ଲଗାଇ ରଖିଥ ଡୋରି ।
0 Comments
📩 Give Your Precious Comments before You Leave. (Put your Name before comment.)