ମଣିଷ ଚପରାଶୀ ଟିଏ ହେଉ ଅବା ଅଧିକାରୀ, ଶ୍ରମିକ ବା ମାଲିକ, ଆକ୍ଟର୍ ଅବା ଡିରେକ୍ଟର୍, ବେକାରୀ, ଭିକାରୀ କିମ୍ବା ହେଉ ସରକାରୀ ଯିଏ ଯେଉଁ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କଲେ ମଧ୍ୟ ସମସ୍ତ ଚାହାନ୍ତି ଶାନ୍ତି !😲 କିନ୍ତୁ, ମନରେ ପ୍ରଶ୍ନ ହୁଏ ଏହି ଶାନ୍ତି ମିଳେ କେଉଁଠି?🤷 ଏହାର ଜବାବ ଭାବୁଛି ପ୍ରାୟ ସମସ୍ତ ଙ୍କ ମନରେ ଲହରୀ ଖେଳୁ ଥିବ । ସେହି ଶାନ୍ତି ହେଉଛି ସରକାରୀ ଛୁଟି, କାର୍ଯ୍ୟ ବିଚ୍ୟୁତି ଓ ଆରାମ ଦାୟକ ସ୍ଥିତି💆 । ଏହିପରି ଶାନ୍ତି ଅନୁସନ୍ଧାନ ଓ ପ୍ରାପ୍ତି ରେ ମଣିଷ ସଦା ସର୍ବଦା ଇପ୍ସିତ ଥାଏ । ହଁ ଏହାର ଗଣନା ପାଇଁ ହିଁ ତିଆରି ହୋଇଛି ମାସ, ବାର ଓ ତିଥି 📅। ଯାହାର ସହାୟତା ରେ ସମସ୍ତେ ସେହି ଖୁସି ଓ ଶାନ୍ତି କୁ ପୂର୍ବାନୁମାନ ଚିହ୍ନଟ କରି ପାରନ୍ତି । ଯଦି କାହା ପାଇଁ ଏହାର ଅଭାବ ହୋଇଯାଏ ତେବେ ସେହି ମଣିଷ ନିଜକୁ ପଶୁ ସହିତ ତୁଳନା କରିଥାଏ । ତେବେ ଏଠାରେ ବିଷୟ ଏହା ଯେ, ମଣିଷ ର ଛୁଟି ପାଇଁକି ସାପ୍ତାହିକ, ମାସିକ ଓ ବାର୍ଷିକ ଗଣନା ରହିଛି କିନ୍ତୁ ଥରେ ଭାବି ଦେଖ ପଶୁପକ୍ଷୀ ଙ୍କ ଜୀବନରେ ଏହି ସବୁ ର ପ୍ରଭାବ ପଡେ ନାହିଁ । ସେମାନଙ୍କ ପାଇଁ 'Sunday Holiday'🏖️ କିଛି ନୁହେଁ । ତେବେ କ'ଣ ସେମାନଙ୍କ ସେମାନଙ୍କ ଜୀବନ ରେ ଶାନ୍ତି ର ଅଭାବ, ଖୁସିର ଅଭାବ ରହି ଯାଏ କି?
0 Comments
Thank You For Your Appreciation.