ଜୀବନ ଫସଲ ନୁହେଁ ସମତୁଲ
ହୁଏ ଭଲ ଅବା ଭେଲ,
ଖରା ବର୍ଷା ଶିତ ହେଉ ସେ ବସନ୍ତ
କେବେ କମେ ନାହିଁ ମୂଲ ।
ଓସାର ତୋକଡ ପୁଣି ଅଙ୍କାବଙ୍କା
ଚଲାପଥ ଢ଼ିପ ଖାଲ,
ମୁକ୍ତ ଆକାଶ ରେ ବିହଙ୍ଗ ସାଜଇ
ବାନ୍ଧି ଦିଏ କେବେ ଜାଲ ।
କର୍ମ ମଞ୍ଜି ବୁଣି ପକାଇଲେ ପାଣି
ଫୁଟି ଥାଏ ଫଳ ଫୁଲ,
ଗଣନା ରେ ହୁଏ ଅମୂଲ ତା ମୂଲ
କିଏ ହେବ ତା'ର ତୁଲ ।
🍁🍁🍁
0 Comments
Thank You For Your Appreciation.