ଆଧ୍ୟାତ୍ମିକତା ଓ ଯୁବ ଗୋଷ୍ଠୀ
ଆଜିର ଦୁନିଆରେ ଯଦି କାହା ମନରେ ଯୁବଗୋଷ୍ଠୀ ଙ୍କ ବିଷୟରେ ଭାବନା ଜାଗ୍ରତ ହୁଏ ତେବେ ସର୍ବ ପ୍ରଥମେ ଅନୈତିକ, ଅପରିମାର୍ଜିତ, ବିଳମ୍ବିତ, ବିଶୃଙ୍ଖଳିତ ପରି ନକରାତ୍ମକ ଶବ୍ଦ ମନକୁ ଛୁଇଁବା ସ୍ବାଭାବିକ ଅଟେ । ବର୍ତ୍ତମାନ ର ଯୁବଗୋଷ୍ଠୀ ‘ସ୍ମାର୍ଟନେସ’ ରେ କିଛି ପାଦ ଅଗ୍ରଗତି କରି ଥାଇ ପାରନ୍ତି କିନ୍ତୁ ‘କନ୍ଫିଡେନ୍ସ୍’ (ଆତ୍ମବିଶ୍ଵାସ) କ୍ଷେତ୍ରରେ ପଛରେ ରହିଛନ୍ତି । ଏବଂ ଆତ୍ମବିଶ୍ଵାସ ‘ସ୍ମାର୍ଟନେସ’ ର ଏକ ଅପୁରଣୀୟ ଭାଗ ହୋଇ ରହିଯାଇଛି । ‘ଆଧ୍ୟାତ୍ମିକତା’ ଓ ‘ଆତ୍ମବିଶ୍ଵାସ’ ଉଭୟ ପରସ୍ପର ର ଅନୁପୁରକ ଅଟନ୍ତି । ତେଣୁ ଏହି ଅପୁରଣତା ର ମୁଖ୍ୟ କାରଣ ହେଉଛି ‘ଆଧ୍ୟାତ୍ମିକତା’ । କିନ୍ତୁ ପରିତାପର ବିଷୟ ଏହା ଯେ, ଆଧ୍ୟାତ୍ମିକତା ଓ ଯୁବଗୋଷ୍ଠୀ ଉଭୟ ପୁଥିବୀ ର ଦୁଇ ବିପରୀତ ଦିଗ ପରି ମାନେ ହୁଏ । ଯାହାର, ମିଳନ କେବଳ ଆକାଶ କିମ୍ବା ପାତାଳରେ ସମ୍ଭବ ପର ହୋଇଥାଏ କିନ୍ତୁ ଭୂପୃଷ୍ଠ ରେ ନୁହେଁ । ଅତଏବ ଏହା ହିଁ ଯୁବଗୋଷ୍ଠୀ ଙ୍କ ଭିତରେ ଏକ ବଡ ଅଭାବ ।
0 Comments
Thank You For Your Appreciation.