Followers

ଝୋଟି, Laxmi Puja, ମାଣବସା ଗୁରୁବାର, ଲକ୍ଷ୍ମୀ ପୂଜା,#Jhoti #Maa, #Laxmi, #thursday #maalaxmi #odishafestival

ଝୋଟି

ପିଠଉ ମୁରୁଜ             ଛୁଏଁ ଯେବେ ମାଟି

ଗଢ଼ା ହୋଇଥାଏ ଝୋଟି,

ବିଦେଶୀ ଭାବନ୍ତି               ଚିତ୍ରକଳା ଏହି

ଆଙ୍କି ହୁଅଇ କେମିତି?

ଘର ବାରଣ୍ଡାକୁ             ଗୋବରରେ ଲିପି

ହୁଏ ରଙ୍ଗ ମାଟି ଗୋଲି,

ତା ଉପରେ ପଡ଼େ            ରଙ୍ଗ ଧଳା ନାଲି

ଫୁଟେ ପଦ୍ମ ବଣମଲ୍ଲୀ ।

ଆଙ୍କିବା ପାଇଁକି              ତୂଳୀ କି ହୋଇବ

ଲୋଡ଼ା ଖାଲି ମକମଲ୍ଲୀ,

ସହର ରେ ଏହା                  କାହିଁକି ପାଇବ

ବିରଳ କେବଳ ପଲ୍ଲୀ ।
 

Post a Comment

2 Comments

📩 Give Your Precious Comments before You Leave. (Put your Name before comment.)