ଝୋଟି
ପିଠଉ ମୁରୁଜ ଛୁଏଁ ଯେବେ ମାଟି
ଗଢ଼ା ହୋଇଥାଏ ଝୋଟି,
ବିଦେଶୀ ଭାବନ୍ତି ଚିତ୍ରକଳା ଏହି
ଆଙ୍କି ହୁଅଇ କେମିତି?
ଘର ବାରଣ୍ଡାକୁ ଗୋବରରେ ଲିପି
ହୁଏ ରଙ୍ଗ ମାଟି ଗୋଲି,
ତା ଉପରେ ପଡ଼େ ରଙ୍ଗ ଧଳା ନାଲି
ଫୁଟେ ପଦ୍ମ ବଣମଲ୍ଲୀ ।
ଆଙ୍କିବା ପାଇଁକି ତୂଳୀ କି ହୋଇବ
ଲୋଡ଼ା ଖାଲି ମକମଲ୍ଲୀ,
ସହର ରେ ଏହା କାହିଁକି ପାଇବ
ବିରଳ କେବଳ ପଲ୍ଲୀ ।
2 Comments
Fantastic your poetry and jhoti
ReplyDeleteThanks
Delete📩 Give Your Precious Comments before You Leave. (Put your Name before comment.)