🌺ଲକ୍ଷ୍ମୀ ନାରାୟଣ 🌺
ସାକ୍ଷାତ ଲକ୍ଷ୍ମୀ ପ୍ରତିମା,
ବିଜେ କରିଛନ୍ତି ଲକ୍ଷ୍ମୀ ନାରାୟଣ
ଖୁସି ର ରହେନା ସୀମା ।
ବିଷ୍ଣୁ ଅବତାରେ ବଦ୍ରିନାରାୟଣ
ଜନ୍ମ ଶୁଭ ଲଗ୍ନ ନେଇ,
ରୂପ ଠାକୁରାଣୀ ମୋନାଲିସା ଭଦ୍ର
ନାରୀ ମାନ ରକ୍ଷା ପାଇଁ ।
ଉଦାହରଣ ସେ ଶକ୍ତି ର ସ୍ଵରୂପ
ବିସ୍ମୟ ପ୍ରତିଭା ଧାତ୍ରୀ,
ଧଳା ଘୋଡ଼ା ଚଢ଼ି ଝାନ୍ସି ରାଣୀ ପରି
ଆଣନ୍ତି ଶାନ୍ତି ପ୍ରଗତି ।
ବୁଲେଟ ବାଇକ୍ କାର୍ ଜିପ୍ ବସ୍
ଚଳାଇ ପାରନ୍ତି ଟ୍ରାକ୍ଟର,
ମୁଣ୍ଡରୁ ଓଢ଼ଣା କେବେ ଖସେ ନାହିଁ
ଚଢ଼ି ଥାନ୍ତି ସେ ଟ୍ରଲର ।
ପଶୁ ପ୍ରେମ ଜନ୍ମ ଦିନ ଠାରୁ ନିଶା
ବାତ୍ସଲ୍ୟ ମମତା ପେଶା,
ମାଙ୍କଡ଼ କୁ ନିଜ ସନ୍ତାନ ମାନନ୍ତି
ଭାବନା ରେ ନୁହେଁ ପୋଷା ।
ଗୃହ କାର୍ଯ୍ୟ ସାରି ବୁଲେଟ କୁ ଧରି
ଘରୁ ଯାଆନ୍ତି ବାହାରି,
ହାତେ ଚଣା ଚିଡ଼ି ଶ୍ରୀକ୍ଷେତ୍ର ଖେଚୁଡ଼ି
ଅଭଡ଼ା ର ସ୍ବାଦ ପରି ।
ଗାଡ଼ି ଶବ୍ଦ ଶୁଣି ହୋଇ ଠାରାଠାରି
ଆସନ୍ତି ପାଖେ ଦଉଡ଼ି,
ଯଶୋଦା ହସ୍ତରୁ ଲହୁଣୀ ଛଡ଼ାଇ
ନିଅନ୍ତି ବାନର ଭିଡ଼ି ।
ମାନବ ମର୍କଟ ଭକ୍ତ ଭଗବାନ
ସମ୍ପର୍କ ତ୍ରେତୟା ଯୁଗେ,
ଆଜି ଏ ମାତୃତ୍ଵ ସନ୍ତାନ ର ସ୍ନେହ
ଗଢ଼ି ଉଠିଛି ସୁଯୋଗେ ।
0 Comments
Thank You For Your Appreciation.