Subscribe ( YouTube)

Members

🐁ମୂଷା🐀 ମହାଶୟ, Mouse 🐭, #Animal #lover, #caring, #mouse #problems

🐁ମୂଷା🐀 ମହାଶୟ

🐭🐭🐭🐭🐭🐭🐭🐭

     ଏଇ ମୂଷା🐀 ମହାଶୟ, ଦୁଇ ଦିନ ହେଲା ମୋ ପିଛା ଛାଡୁ ନାହାନ୍ତି 😴 । ଆଜି ତ ମୋତେ ଦିନ ସାରା ଭୋକରେ😭 ରଖି ଦେଇଛନ୍ତି😌 । ସକାଳୁ ଗୋଟାଏ ଭାତ 🍚 ହାଣ୍ଡି ନଷ୍ଟ କରି ଦେଲେଣି 😠 । ସକାଳେ ଗାଧୋଇ ସାରି ଖାଇବା ପାଇଁ ଭାତ ହାଣ୍ଡିରୁ କପଡା ହଟାଇବା ବେଳେ ଏ ମହାଶୟ ଯାଇ ଗରମ ଭାତ 🍚ଉପରେ ରହି ଶୀତ ନିବାରଣ କରୁଛନ୍ତି 🥺। ଭାତ 🍚ହାଣ୍ଡିକୁ ନଷ୍ଟ କରି ମୋତେ ଉପବାସ କରାଇ ଦେଲା😔। ପରେ ତାହାକୁ ନେଇ ବାହାରେ ଛାଡ଼ିଦେଇ ଆସିଲି । ସକାଳ ଖାଇବା ତ ଗଲା ଖରାବେଳ ଖାଇବା ପ୍ରସ୍ତୁତ କରିବା ନିମନ୍ତେ ରୋଷେଇ👨‍🍳 ଶାଳକୁ ପ୍ରବେଶ କରିବା ପରେ ଦେଖିଲି । ମହାଶୟ ପୁଣି ଶୀତ ରୁ ରକ୍ଷା ପାଇବା ନିମନ୍ତେ ଆସି ସେହି ଭାତ ହାଣ୍ଡିର କପଡା ଭିତରେ ରହିଯାଇଛି ।  
     ମୁଁ ଏପଟେ ପରୀକ୍ଷା ପାଇଁ ରଚନା ଅଭ୍ୟାସ କରିବା ପାଇଁ tension🤯ରେ ରହିଥିବା ବେଳେ ଏ ମହାଶୟଙ୍କ କାର୍ଯ୍ୟକଳାପ କୁ ନଜରରେ ରଖି ମୋତେ ଏଇ ମୂଷା 🐁 ଉପରେ ରଚନା ଲେଖିବାକୁ ପଡୁଛି 😂😂🤣🤣 । ଏହି ମହାଶୟ ଙ୍କ ସହ ମୋର relation କ'ଣ ବୁଝି ହେଉନି⁉️ । ଲାଗୁଛି ଗତ(previous) ପୋଷ୍ଟ ରେ ପଶୁପ୍ରେମୀ ମୋନାଲିସା ଭଦ୍ର👰 ଙ୍କ ବିଷୟ ରେ ଚର୍ଚା ରେ ମାଙ୍କଡ଼🐒 ମାନଙ୍କ ଟିକେ ଅଧିକା ପ୍ରଶଂସା ହୋଇ ଯାଇଛି ବୋଧହୁଏ ସେଥିପାଇଁ ମୂଷା🐁ମହାଶୟ ମଧ୍ୟ ଟିକିଏ famous ହେବା ପାଇଁ ମୋର ଏପରି ଅବସ୍ଥା ର କାରଣ ସାଜିଛନ୍ତି । ଏହାର ସମାଧାନ କ'ଣ କରିବା ଜାଣି ହେଉନି⁉️ ?

     ଓହୋଃ! ଏମିତି ହେଲେ ତ ପଶୁପକ୍ଷୀ ମାନେ ମୋ ଆଗରେ ଲାଇନ୍ ଲଗାଇବେ । କାଲିକି ଆଉ କେଉଁ ପ୍ରାଣୀ ବିଲେଇ 🐈, କୁକୁର 🐕, ଗାଇ 🐄 ........ ଯେମିତି ମୋ ପିଛା ନ କରନ୍ତୁ 😂🤣🤣😂 । ନଚେତ୍ ମୁଁ ପଦାର୍ଥ ବିଜ୍ଞାନ ଛାତ୍ର ରୁ ପ୍ରାଣୀ ବିଜ୍ଞାନ biographer ବନିଯିବି 😄😀😄😃। 



👆
Click to watch


Post a Comment

0 Comments