ଛୋଟ ଛୁଆ ମାନଙ୍କ ଭିତରେ ସବୁଠାରୁ ଭଲ ଗୁଣ କ'ଣ ଥାଏ ଆପଣ ଜାଣନ୍ତି? ତାହା ହେଉଛି 'ଡର' । ହଁ ପିଲାଙ୍କ ଭିତରେ ସବୁଠାରୁ ଭଲ ଗୁଣ ହେଉଛି ଡର ଅର୍ଥାତ୍ ଅନ୍ୟକୁ ଡରିବା ର ଗୁଣ । କାରଣ ଡରିବା ଗୁଣ ସହାୟତା ରେ ହିଁ ଗୋଟିଏ ପିଲାକୁ ନିୟନ୍ତ୍ରିତ କରି ହୁଏ । ଯଦି ଗୋଟିଏ ପିଲା ଭିତରେ ଡରିବା ଗୁଣର ଅଭାବ ରହିଯାଏ ତେବେ ସେହି ଛୋଟ ଛୁଆ କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ଯାଏ । ଅନ୍ୟ ଏକ ଭଲ ଗୁଣ ଅଟେ ସରଳ ବିଶ୍ୱାସୀ । ଏହାର ଉପକାର ହେଉଛି ସରଳ ବିଶ୍ବାସ ର ସହାୟତା ରେ ଛୋଟ ଛୁଆ ମାନଙ୍କୁ ମନ ଗଢ଼ା କାହାଣୀ ମାଧ୍ୟମରେ ମଧ୍ୟ ସେମାନଙ୍କୁ ନିୟନ୍ତ୍ରିତ କରିହୁଏ । ସେମାନଙ୍କ ମନ ଅତି କୋମଳ ହୋଇଥାଏ ତେଣୁ ସେମାନେ ଅତି ସହଜରେ ଅନ୍ୟମାନଙ୍କ କଥାରେ ଭରସା ଓ ବିଶ୍ୱାସ କରି ପାରନ୍ତି ।
0 Comments
Thank You For Your Appreciation.