ହୋଲି (ଦୋଳ ଯାତ୍ରା)
କି ରଙ୍ଗ ତତେ ମୁଁ ବୋଳିବି କାଳିଆ,
ସବୁ ରଙ୍ଗ ଅଛୁ ବୋଳି,
ଓଠ ତୋର ନାଲି ମୁକୁଟ ସୁନେଲି
ଆଖି ଧଳା ଚାନ୍ଦ ଭଳି ।
ପିନ୍ଧୁଅଛୁ ହଳଦିଆ ପାଟ ବସ୍ତ୍ର
ମସ୍ତକ ରେ କୃଷ୍ଣଚୂଡ଼ା,
ଦେହେ ଅଳଙ୍କାର ନାନା ରଙ୍ଗ ଭରା
ଶରୀର ସାରା ତୋ କଳା ।
ଦୋଳ ପୂର୍ଣ୍ଣିମା
@ ନିବେଦିତା
ଆସି ନାହିଁ ଗ୍ରୀଷ୍ମ ବଢି ନାହିଁ ତାତି
ଚାଲି ଯାଇ ଅଛି ଶୀତ,
ଆସିଛି ଫଗୁଣ ଫେରିଛି ବସନ୍ତ
ସର୍ବ ପ୍ରାଣୀ ଉଲ୍ଲସିତ।
ଉପବନ ସୁଶୋଭିତ ସୁମନରେ
ସ୍ଵାଗତାର୍ଥେ ରୂତୁରାଜ ,
ମଳୟର ସ୍ପର୍ଶେ ଦ୍ରୁମରାଜି ନବ
ଯୌବନା ଲାଗନ୍ତି ଆଜ।
ଫଗୁଣ ପୁନେଇଁ ତିଥି ଆସୁଅଛି
ଆସୁଛି ରଙ୍ଗର ପର୍ଵ,
ସେଥିପାଇଁ ବୋଧେ ହୋଇଛନ୍ତି ସଜ
ଏ ପାଦପ କୁଳ ସର୍ବ ।
ଗାଆଁ ଦାଣ୍ଡେ ବିଜେ ହେବେ ପୂର୍ଣିମାରେ
ପାଲିଙ୍କିରେ ଗୋପୀନାଥ,
ପୁରେ ପୁରେ ବୁଲି ଖେଳିବେ ସେ ହୋଲି
ସଭିଙ୍କ ମନ ଉସତ।
ଆନନ୍ଦେ ଉତଫୁଲ୍ଲ ହେଉଥିବେ ଭକ୍ତ
କରି ହରି ଗୁଣ ଗାନ,
ଏକକୁ ଆରେକ ରଙ୍ଗ ବୋଳି ଦେଇ
କରୁଥିବେ ଆଲିଙ୍ଗନ ।
ସବୁ ତିଥି ହଉ ଫଗୁଣ ପୁନେଇଁ
ସବୁ ମାସ ମଧୁ ମାସ,
ପ୍ରେମ ରଙ୍ଗେ ରଙ୍ଗି ଯାଉ ସବୁ ହୃଦ
ଉଡି ଯାଉ ହିଂସା ଦ୍ଵେଷ।
You can also visit
👇
0 Comments
📩 Give Your Precious Comments before You Leave. (Put your Name before comment.)