Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

TOTAL MCA (Part - 1: Total to Half ) LOGOFFIA 2025

 TOTAL MCA


Part -1 : Total to Half

ଏକତା ଶିଖାଇ ଯାଉ ଅଛ କାହିଁ, ଏକତା କି ଗଲ ଭୁଲି,

ଆମକୁ ସ୍ବାଗତ କରି ବିଦା ହୁଅ, ଏକତା ବି ଯାଏ ଚାଲି।

ଯେବେ ତୁମ୍ଭେମାନେ ଯିବ ଚାଲି,

ଆମେ କହି ପାରିବୁ କି Total MCA ବୋଲି ?


MCA ବିଭାଗ ଥିଲା ପରିବାର 

ତୁମ୍ଭ ଉପସ୍ଥିତି ଲାଗେ ଭରପୁର,

ପରିବାରେ ଥିଲା ସମ୍ପର୍କ ଆମର 

ତୁମେ Senior ଆମେ Junior.

ବଡ଼ ଭାଇ ହୋଇ କର୍ତ୍ତବ୍ୟ କରିଲ 

ହଷ୍ଟେଲରେ ଜାଗା ତୁମେ ଦେଇଥିଲ,

ବଡ଼ ଦିଦି ଙ୍କର ସ୍ନେହ ଶ୍ରଦ୍ଧା ଦେଲ

ସ୍ବାଗତ ସମୟେ ହାତେ ଖୁଆଇଲ ।

ଯେବେ ତୁମ୍ଭେମାନେ ଯିବ ଚାଲି,

ଆମେ କହି ପାରିବୁ କି Total MCA ବୋଲି ।।


ବାଟେ ଘାଟେ କେବେ ଦେଖା କି ହୋଇବ

ଭଲ ଅଛୁ କି ରେ କିଏ ପଚାରିବ?

Class Note ଅବା Previous Paper

ସମୟ ପୂର୍ବରୁ ଓ୍ବାଟସପ୍ କରିବ?

ଦୀପାବଳି ଦୀପ କା ସାଥେ ଜାଳିବୁ

ହୋଲି ପର୍ବେ ରଙ୍ଗ କା ସଙ୍ଗେ ଖେଳିବୁ?

Formal Informal କାହାଠୁ ଶିଖିବୁ

UPL ଟିମ୍ କିପରି ଗଢିବୁ ?

ଯେବେ ତୁମ୍ଭେମାନେ ଯିବ ଚାଲି,

ଆମେ କହି ପାରିବୁ କି Total MCA ବୋଲି ?


ଆମ Junior ଯେବେ ପହଞ୍ଚିବେ, Total MCA ପୁଣି ଗଢା ହେବ,

Total ରୁ Half Half ରୁ Total, ରହିଥିବ ଇଏ ଯୁଗ ଯୁଗ ଯାଏଁ ।

ଯେବେ ସେମାନେ ନ ଆସନ୍ତି ଚାଲି,

ଆମେ କହୁଥିବୁ ସେବେ ଯାଏଁ Half MCA ବୋଲି ।


ଭୋଳାଶଙ୍କର ସେଠୀ


Post a Comment

5 Comments

  1. This was the moment of the day for all of us seniors indeed .. thank you @⁨S BHOLASANKAR⁩ for this lovely n heart warming poem ❤️

    ReplyDelete
  2. Thank you so much @⁨S BHOLASANKAR⁩ 💞This poem was truly magical and we got a flashback from the MCA memorylane

    ReplyDelete
  3. Waise mujhe odia padhna toh nhi aata but maine google translate se padha... Dil ko chu gaya bhai. 🤌🏼🥹

    ReplyDelete
  4. Thank u @⁨S BHOLASANKAR⁩ 💞

    ReplyDelete
  5. Grateful for the sweet poem from our junior — it was pure magic💟✨

    ReplyDelete

Thank You For Your Appreciation.