ଶ୍ରୀ ରାମ
ଜେଜେ ବାପା:-
ଦେଖି ଚାରି କାନ୍ଥ ଶୂନ୍ୟରେ ସଙ୍କୋଚ
ଜେଜେ ଧରି କୌତୁହଳେ ।
ମୋବାଇଲ୍ ଚାଳନା ସ୍ଵତଃ ଚେତନା
ସ୍ମିତହାସ୍ୟ ସେ ବିଫଳେ ।
ଅନ୍ କରିବାକୁ ଚାହୁଁଥାନ୍ତି ମନେ
ଆଉଁସି ଦେଇ ଉପରେ ।
ନୀରବେ ଭାବନ୍ତି କେମିତି ଚଳାଏ
କୁନା ତା’ କୁନି ହାତରେ ।
ଜେଜେ ମା:-
ଅଭିଧାନ ବେତ ଏ କି ବୁଢା ପାଠ
ପଛରୁ ଶୁଭିଲା ବାଣୀ ।
ହେଲ କି ବାଳୁତ ମୁଖେ ଉଚ୍ଚାରିତ
ପ୍ରବେଶ ଜେଜେଙ୍କ ରାଣୀ ।
ତୁମ ନାତି ଟୋକା ହୋଇ ବଂଶୁ ଜାତ
ଜଗତ କୁ ଶିଖେ ଏଠି ।
ପଙ୍କର ଦେହ ରୁ ପଙ୍କଜ ଉଦ୍ଧୃତ
ଜାଣିବ ତୁମେ କେମିତି ?
0 Comments
Thank You For Your Appreciation.