Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Milkha Singh ( The Flying Sikh )

  ଶ୍ରୀ ରାମ



ମଣିଷ ରୂପରେ ପାରନ୍ତି ସେ ଉଡି ଧାବକ ରେ ପରିଚିତ,

ଜନମ କାଳରୁ ଜନ୍ମ ମାଟି ଠାରୁ ଗତି ଅଟେ ଯାର ଦ୍ରୁତ

ଲୟାଲ୍ ପୁର ଠାରୁ ଗତି ଆରମ୍ଭ ପାକିସ୍ଥାନେ ଅବସ୍ଥିତ,

ଧାଇଁ ଧାଇଁ ହେଲେ ବିଶ୍ୱରେ ପ୍ରସିଦ୍ଧ ଭାରତରେ ହେଲା ଶେଷ

ଭାରତ ପାକିସ୍ଥାନ ବିଭାଜନ କାଳେ ପିତାମାତାଙ୍କ ଦେହାନ୍ତ,

ପିତା ଶେଷ ଉକ୍ତି ଭାଗ୍ ମିଲଖା ଭାଗ୍ କଳଚିତ୍ର ଗଠିତ

ପାକିସ୍ଥାନ ଠାରୁ ହେଲା ଆମନ୍ତ୍ରଣ ପ୍ରସ୍ତାବନା ମନା କଲେ,

ନେହେରୁ ଆଦେଶ ଗ୍ରହଣ କରି ସେ ଯାଇ ବିଜେତା ହୋଇଲେ

ଜେନେରାଲ ଅୟୁବ ଖାନ୍ ଚକିତ ଅବଦୁଲ ଖାଲିଂ ପରାସ୍ତ,

ସେହି ଦିନରୁ ଫ୍ଲାଇଙ୍ଗ୍ ଶିଖ ନାମେ ହେଲେ ସବୁଠି ନାମିତ

ଚଳନ୍ତି ଟ୍ରେନରେ ମାରୁଥିଲେ ବାଜି ରୋମରେ ଥିଲେ ପ୍ରସିଦ୍ଧ,

ଦ ରେସ୍ ଅଫ ମାଇଁ ଲାଇଫ୍ ଆତ୍ମ ଜୀବନୀ କଲେ ରଚିତ


✎✎✍।।   ଭୋଳାଶଙ୍କର ସେଠୀ   ।। ✍🖊🖉








Post a Comment

0 Comments