Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Motivation

 ଶ୍ରୀ ରାମ 

MOTIVATION

“Motivation” କିଛି ଲୋକଙ୍କ ମତରେ ଏହା ଏକ ବହୁତ ବଡ ବିଷୟ ଓ କିଛି ଲୋକଙ୍କ ମତରେ ଏହା କିଛି ନୁହଁ ଅର୍ଥାତ ଏହା ସେପରି କିଛି ବଡ ଶବ୍ଦ ନୁହଁ ବାସ୍ତବରେ ମୁଁ ଆଜି ଏହି Topic କୁ ଚୟନ କରିବାର କାରଣ ହେଉଛି ଆଜି ଆମ College Group ରେ ଏକ google form ଟିଏ ଦେଖିବାକୁ ପାଇଲି ସେଠାରେ ବିଷୟ ଥିଲା Student Suicide ଏହି Heading କୁ ଦେଖି ମୋତେ ଟିକେ ଅଲଗା ପ୍ରକାରର ଅନୁଭୂତି ହେଲା, କିନ୍ତୁ ପରେ ଦେଖିଲି ଯେ ସେଥିରେ Student ମାନଙ୍କ ମତାମତ ମଗା ଯାଇଛି । ସେଠାରେ କିଛି Question ରହିଥିଲା ଯେ ପ୍ରକୃତରେ Student Suicide ପାଇଁ ଦାୟୀ କିଏ? ଏହିପରି ସେହି ବିଷୟ ସହ ଜଡିତ କିଛି ପ୍ରଶ୍ନ ପଚରା ଯାଇ Student ମାନଙ୍କ ମତାମତ ଦେବାପାଇଁ ଲିଖିତ ଥିଲା । ତେବେ ସେହି Google Form କୁ ପୂରଣ କରିବା ପରେ ମୋ ମନକୁ ଏହି ବିଷୟଟି ଛୁଇଁଲା

ତେବେ ବର୍ତ୍ତମାନ Stage ରେ ମୁଁ ଏପରି କିଛି ନୁହଁ ଯେ ମୁଁ କାହାକୁ Motivate କରିବା ପାଇଁ ଚେଷ୍ଟା କରିବି ଏହି Stage ରେ ତ ମୁଁ ନିଜେ ନିଜକୁ Motivate କରିବାର କିମ୍ବା ଅନ୍ୟ ମାନଙ୍କ ଠାରୁ Motivate ହେବାର ଆବଶ୍ୟକତା ରହିଛି କିନ୍ତୁ Motivation କୌଣସି ବଡ ଜିନିଷ ନୁହଁ, ଏହା ସାଧାରଣ କ୍ଷୁଦ୍ର ଜୀବ ପିମ୍ପୁଡି କିମ୍ବା ସାମାନ୍ୟ ଗୋଟିଏ ଛୋଟ ଛୁଆ ଠାରୁ ମଧ୍ୟ ମିଳିପାରେ ତେଣୁ ଏହାର ଉତ୍ପତ୍ତି କେତେବେଳେ କେଉଁଠାରୁ ହୁଏ ତାହା କହି ହେବନି ଏହା ସମସ୍ତଙ୍କ ପାଇଁ ସମ୍ଭବ

Motivation(ପ୍ରେରଣା) ଏକ ଉତ୍ତପ୍ରେରକ ଯାହା ରାସାୟନିକ ପ୍ରତିକ୍ରିୟାର Catalyst(ଅନୁକ୍ରମଣିକା) ସହ ସମାନ Catalyst ରାସାୟନିକ ପ୍ରତିକ୍ରିୟା ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ସେହିପରି Motivation ମଧ୍ୟ ଆମ ଜୀବନରେ ଏକ ମୁଖ୍ୟ ଭାଗ ଅଟେ । ଏହା କୌଣସି ଶାରୀରିକ ରୋଗର ଔଷଧ ନ ହୋଇ ଥିଲେ ମଧ୍ୟ ମାନସିକତା କ୍ଷେତ୍ରରେ ବହୁତ ପ୍ରଭାବ ପକାଏ ତେବେ ଏହାର ଉତ୍ପତ୍ତି ର ଉତ୍ସ ର କୌଣସି ନିର୍ଦ୍ଧିଷ୍ଟତା ନହିଁ ଏହା ସବୁଠାରେ ସମ୍ଭବ ହୋଇପାରେ କହିବାକୁ ଗଲେ ଏହାକୁ ତୁମେ ଧୂଳି ଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଜଡ ଠାରୁ ଜୀବ ପର୍ଯ୍ୟନ୍ତ କ୍ଷୁଦ୍ର ଠାରୁ ବୃହତ୍ କାୟ ପର୍ଯ୍ୟନ୍ତ ସବୁଠାରେ ପାଇ ପାରିବ କେବଳ ଏଥିପାଇଁ ସଠିକ ଦୃଷ୍ଟିଶକ୍ତି, ଆତ୍ମଚେତନା, ଓ ଦୃଢ ମାନସିକ ଚିନ୍ତାଧାରା ର ଆବଶ୍ୟକତା ରହିଛି ଏହି ଦୃଷ୍ଟିଭଙ୍ଗୀ ରେ ପରିସ୍ଥିତି ବେଳେବେଳ ଏକ ଭୂମିକା ଗ୍ରହଣ କରିଥାଏ

ଏଠାରେ ସ୍ଵତଃ ପ୍ରେରଣା (Self-Motivation) ଏକ ସବୁଠାରୁ ପ୍ରଭାବଶାଳୀ ଓ କାର୍ଯ୍ୟ ପ୍ରଦାୟକ ଅଟେ, କିନ୍ତୁ ଏହା ସବୁଠାରୁ କଷ୍ଟକର ମଧ୍ୟ ଅଟେ । ଅନ୍ୟଠାରୁ ବା ଅନ୍ୟ ଉତ୍ସ ରୁ Motivate ହେବା ସହଜ କିନ୍ତୁ ସ୍ୱଳ୍ପ ସ୍ଥାୟୀ ଅଟେ । ହଁ କିନ୍ତୁ Self-Motivation ଦୀର୍ଘ ସ୍ଥାୟୀ ଅଟେ ଏହା କେବଳ ଆମ ଜୀବନରେ କାର୍ଯ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏବଂ ଏହାର ସବୁଠାରୁ ମୂଳ କାର୍ଯ୍ୟ ହେଉଛି ଏହା ଆମକୁ Distraction ରୁ ବଞ୍ଚାଇଥାଏ ଯାହାଦ୍ଵାରା Discipline ବଜାୟ ରହିଥାଏ । ଫଳସ୍ଵରୂପ Success ର ରାସ୍ତା ଅକ୍ଷୁର୍ଣ୍ଣ ରହିଥାଏ

✎✎✍।।   ଭୋଳାଶଙ୍କର ସେଠୀ   ।। ✍🖊🖉



Post a Comment

0 Comments